ଭୁବନେଶ୍ବର: କୋରୋନା ସଂକ୍ରମଣ ମାମଲାରେ ଡାଉନ ଟ୍ରେଣ୍ଡ ଜାରି ସତ୍ତ୍ବେ ମୃତ୍ୟୁହାରରେ ଲାଗୁନି ଲଗାମ । ଦିନକରେ ପୁଣି ଗଲା 13 ଜଣଙ୍କ । ଆଜି କୋରୋନାରେ ମୃତ୍ୟୁ ପରେ ମୋଟ ମୃତ୍ୟୁ ସଂଖ୍ୟା 1272ରେ ପହଞ୍ଚିଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରୁ ଆଜି 13 ଜଣଙ୍କ ଜୀବନ ନେଲା କୋରୋନା
ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ଜାରି ରହିଛି । ଆଜି ପୁଣି 13 ଜଣଙ୍କ ଜୀବନ ନେଇଛି ମହାମାରୀ ଭୂତାଣୁ । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦେଇଛି । ଅଧିକ ପଢନ୍ତୁ...
ରାଜ୍ୟରେ ଆଜି ପୁଣି 13 ଜଣଙ୍କ ଜୀବନ ନେଲା କୋରୋନା
ଆଜି ଭୁବନେଶ୍ବରର 4 ଜଣ ପୁରୁଷଙ୍କ କୋରୋନାରେ ମୃତ୍ୟୁ ହୋଇଛି । ସେମାନଙ୍କ ବୟସ ଯଥା 52 ବର୍ଷ, 40 ବର୍ଷ, 86 ବର୍ଷ ଓ 75 ବର୍ଷର ହେବ । ଝାରସୁଗୁଡାରେ 70 ଓ 53 ବର୍ଷର 2 ଜଣଙ୍କ ମୃତ୍ୟୁ ହୋଇଛି । ନୂଆପଡାରେ 68, 66 ଓ 60 ବର୍ଷର 3 ଜଣ ପୁରୁଷଙ୍କ ଜୀବନ ନେଇଛି କୋରୋନା । ସେହିପରି ସୁନ୍ଦରଗଡରେ 80 ବର୍ଷର ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ କେନ୍ଦୁଝରରେ 54 ଓ 75 ବର୍ଷର ପୁରୁଷଙ୍କ ସଂକ୍ରମଣରେ ଜୀବନ ହାରିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ