ଓଡିଶା

odisha

ETV Bharat / city

'ତୃତୀୟ ଲହର ଛୋଟ ହେଉ ଅବା ବଡ, ନିଶ୍ଚିତ ଆସିବ' - ଲକ୍ଷ୍ମୀଧର ସାହୁ

ତୃତୀୟ ଲହର ଛୋଟ ହେଉ ବା ବଡ ହେଉ ନିଶ୍ଚିତ ଆସିବ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ । ଅଧିକ ପଢନ୍ତୁ...

'ତୃତୀୟ ଲହର ଛୋଟ ହେଉ ଅବା ବଡ ହେଉ ନିଶ୍ଚିତ ଆସିବ'
'ତୃତୀୟ ଲହର ଛୋଟ ହେଉ ଅବା ବଡ ହେଉ ନିଶ୍ଚିତ ଆସିବ'

By

Published : Jul 16, 2021, 9:33 PM IST

ଭୁବନେଶ୍ବର:ବଶ୍ବ ସମେତ ଦେଶର ଅନେକ ସ୍ଥାନରେ ମହାମାରୀର ତୃତୀୟ ଲହର ଦେଖା ଦେଲାଣି । ତେବେ ୩ୟ ଲହର ବଡ ହେଉ ବା ଛୋଟ, ନିଶ୍ଚିତ ଆସିବ ବୋଲି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି । ୩ୟ ଲହରର ସାଘାଂତିକ ଅବସ୍ଥାରୁ ରକ୍ଷା ପାଇବାକୁ ହେଲେ ସରକାରଙ୍କ ସମସ୍ତ ନିୟମାବଳୀକୁ ମାନିବାକୁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

'ତୃତୀୟ ଲହର ଛୋଟ ହେଉ ଅବା ବଡ ହେଉ ନିଶ୍ଚିତ ଆସିବ'

ତୃତୀୟ ଲହର ଛୋଟ ହେଉ ଅବା ବଡ, ନିଶ୍ଚିତ ଆସିବ । ଏବେ ସଂକ୍ରମଣ କମିଛି । ତେବେ ଏବେଠୁ ସରକାରଙ୍କର ନିୟମାବଳୀକୁ ମାନିବାକୁ ପଡିବ । ବିଦେଶରେ ଅନେକ ସ୍ଥାନରେ ତୃତୀୟ ଲହର ଆରମ୍ଭ ହେଲାଣି । ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକା ଭଳି ଦେଶମାନଙ୍କରେ ଆରମ୍ଭ ହୋଇଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ । ଅନ୍ୟପଟେ ରାଜ୍ୟରେ କୋଭିଡ କଟକଣା କମ କୋହଳ କରାଯାଇଛି । ଯାହା ଜିମ୍‌ ଓ ପାର୍ଲର ଖୋଲିବା ଭଳି ଅନେକ କିଛି ନିୟମରେ କୋହଳ କରାଯାଇଛି । ଅନ୍ୟପଟେ ମଧ୍ୟ ଓଡ଼ିଶାର ସୀମାବର୍ତ୍ତି ଅଞ୍ଚଳର ଜିଲ୍ଲାଗୁଡିକ ଉପରେ ନଜର ରଖାଯାଇଛି ।

ତୃତୀୟ ଲହରକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ସରକାର ସବୁ ଦୃଷ୍ଟିରୁ ଚିନ୍ତା କରି ଲକଡାଉନକୁ କୋହଳ କରିଛନ୍ତି । ରାଜ୍ୟରେ ସର୍ଭେଲାନ୍ସ ଟୀକାକରଣ ଜାରି ରହିଛି । ଯେକୌଣସି ସମୟରେ ସମସ୍ତେ କୋରୋନା ନିୟମକୁ ମାନନ୍ତୁ । ସରକାର ଓ କମ୍ୟୁନିଟିର ମିଳିତ ଉଦ୍ୟମରେ ହିଁ ଏହି ମହାମାରୀକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର । କଟକ ଭୁବନେଶ୍ୱରରେ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାର ମୁଖ୍ୟକାରଣ ହେଉଛି ଯେ ଲୋକମାନେ ଅଧିକ ଯାତାୟାତ କରୁଛନ୍ତି ।

ବାହାରୁ ଆସୁଥିବା ଲୋକ ଲକ୍ଷଣବିହୀନ ହୋଇଥିବାରୁ ସଂକ୍ରମିତ ହୋଇଥିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଦ୍ୱିତୀୟରେ ପ୍ରଶାସନ ଦୋକାନ ବଜାର ବନ୍ଦ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କର କୋରୋନା ନିୟମର ଉଲ୍ଲଂଘନ । ତୃତୀୟରେ ଯେଉଁ ଅଞ୍ଚଳରେ କ୍ଲଷ୍ଟର ସଂକ୍ରମଣ ହେଉଛି ସେଠାରେ କଣ୍ଟେନମେଣ୍ଟ ଜୋନ କରାଯାଉଛି । ତେବେ ରାଜ୍ୟରେ ସଂକ୍ରମଣ କମୁଥିବା ବେଳେ ନିୟମରେ କୋହଳ ହେଲେ ବିଭାଗ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଟ୍ବିନସିଟିରେ ସଂକ୍ରମଣ ସବୁ ଦିନ ପ୍ଲାଟୋ ଷ୍ଟେଜରେ ରହୁଛି । ତାକୁ କିଭଳି ମାତ୍ରାରେ କମ କରାଯିବ ସେ ଦିଗରେ କାମ କରାଯାଉଛି ବୋଲି ସେ କହିଛନ୍ତି ।

ଆନ୍ତର୍ଜାତିକ ରିପୋର୍ଟ କହୁଛି 0.3% ଲୋକଙ୍କୁ ଟିକା ନେବା ପରେ ସଂକ୍ରମଣ ହେଉଛି । ଯେଉଁମାନେ ଦ୍ୱିତୀୟ ଡୋଜ ନେଉଛନ୍ତି ସେମାନେ ଗୁରୁତର ହେଉନାହାନ୍ତି । ଟିକା ନେଲା ପରେ ରୋଗ ପ୍ରତିରୋଧକ ଶକ୍ତି ବଢୁଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details