ଓଡିଶା

odisha

ETV Bharat / city

3rd Phase Panchayat Election: ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ, ୧୮୪୯୫ଟି ବୁଥରେ ହେବ ମତଦାନ - ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ

ରାଜ୍ୟରେ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ (ଆସନ୍ତାକାଲି) ରବିବାର ଭୋଟ ଗ୍ରହଣ ହେବ । ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଦିନ ଗୋଟାଏ ଯାଏଁ ଚାଲିବ । ଅଧିକ ପଢନ୍ତୁ

3rd Phase Panchayat Election :ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ
3rd Phase Panchayat Election :ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ

By

Published : Feb 19, 2022, 8:11 PM IST

ଭୁବନେଶ୍ବର :ରାଜ୍ୟରେ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ (ଆସନ୍ତାକାଲି) ରବିବାର ଭୋଟ ଗ୍ରହଣ ହେବ । ଏହି ପର୍ଯ୍ୟାୟରେ ୨୯ଟି ଜିଲ୍ଲାର ୬୩ ବ୍ଲକର ୧୭୧ଟି ଜିଲ୍ଲା ପରିଷଦ ଜୋନ, 1382ଟି ଗ୍ରାମ ପଞ୍ଚାୟତରେ ଭୋଟ ଗ୍ରହଣ ହେବ। ୧୮୪୯୫ଟି ବୁଥରେ ୫୬୫୩୪୦୫ ଭୋଟର ନିଜର ମତଦାନ କରିବେ।

ଏହାବି ପଢନ୍ତୁ:UP Polls: ତୃତୀୟ ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା କରିବେ ହେଭିୱେଟ, ଚର୍ଚ୍ଚାରେ ଅଖିଳେଶ-ବଘେଲ ଲଢେଇ

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଜିଲ୍ଲା ପରିଷଦ ସଦସ୍ୟ 679 ପ୍ରାର୍ଥୀ ରହିଛନ୍ତି । ମୋଟ ୧୮୪୯୫ ବୁଥ ମଧ୍ୟରୁ ୨୭୭୩ଟି ସମ୍ବେଦନଶୀଳ ବୁଥ ରହିଛି। ତେବେ ପୂର୍ବ ପର୍ଯ୍ୟାୟ ଗୁଡ଼ିକରେ ନିର୍ବାଚନୀ ହିଂସା ଦେଖା ଦେଇଥିବାବେଳେ ତୃତୀୟ ପର୍ଯ୍ୟାୟରେ ଶାନ୍ତି ଶୃଙ୍ଖଳାରେ ଭୋଟ ହେବ । ଆସନ୍ତାକାଲି(ରବିବାର) ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ଦିନ ଗୋଟାଏ ଯାଏଁ ଚାଲିବ । ଏନେଇ କଡାକଡି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details