ଭୁବନେଶ୍ବର: ମୃତ ବ୍ୟକ୍ତିଙ୍କ କୋରୋନା ପରୀକ୍ଷା ଉପରେ ରୋକ ଲଗାଇଲେ ରାଜ୍ୟ ସରକାର। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଦ୍ବାରା ଅଯଥାରେ ଶବ ହସ୍ତାନ୍ତର ବିଳମ୍ବ ହେବା ସହ ମୃତକଙ୍କ ପରିବାରବର୍ଗ ଶୋଷଣରୁ ମୁକ୍ତ ହୋଇପାରିବେ। ଏଥିସହ ମୃତଦେହକୁ ତୁରନ୍ତ ପରିବାରକୁ ହସ୍ତାନ୍ତର କରିବାକୁ କୁହାଯାଇଛି ।
ଏଥିସହ ଯେଉଁ ସରକାର ଓ ବେସରକାରୀ ଡାକ୍ତରଖାନାଗୁଡିକରେ କୋରୋନା ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ସେଠାରେ ପ୍ରାଣ ହରାଇଥିବା ରୋଗୀଙ୍କ ସମସ୍ତ ତଥ୍ୟ 48 ଘଣ୍ଟା ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ କୋଭିଡ ଡେଥ ଅଡିଟ ଟିମକୁ ଏହି ରିପୋର୍ଟ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।