ଓଡିଶା

odisha

ETV Bharat / city

କେନ୍ଦ୍ରୀୟ ବଜେଟ ଜନ ବିରୋଧୀ: ନିରଞ୍ଜନ

କେନ୍ଦ୍ରୀୟ ବଜେଟ ନେଇ ପ୍ରତିକ୍ରିୟା ରଖିଲେ ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ । କହିଲେ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଓଡିଶାକୁ ଭୁଲିଗଲା କେନ୍ଦ୍ର । ଚଳିତ ବଜେଟରେ ନାହିଁ କିଛି ନୂତନତ୍ବ । ଏହା ଜନ ବିରୋଧୀ । ଅଧିକ ପଢନ୍ତୁ

By

Published : Feb 1, 2022, 7:48 PM IST

Updated : Feb 1, 2022, 9:03 PM IST

କେନ୍ଦ୍ରୀୟ ବଜେଟ ଜନ ନିରୋଧୀ :ନିରଞ୍ଜନ
କେନ୍ଦ୍ରୀୟ ବଜେଟ ଜନ ନିରୋଧୀ :ନିରଞ୍ଜନ

ଭୁବନେଶ୍ବର: ଉପସ୍ଥାପିତ ହୋଇଛି କେନ୍ଦ୍ରୀୟ ବଜେଟ ୨୦୨୨ । ତେବେ ବଜେଟ ନେଇ ଦେଶବ୍ୟାପୀ ସମୀକ୍ଷା ଓ ତର୍ଜମା ଜାରି ରହିଛି । ସେହି କ୍ରମରେ କେନ୍ଦ୍ରୀୟ ବଜେଟ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଦେଶ କଂଗ୍ରେସ ମୁଖ୍ୟ ନିରଞ୍ଜନ ପଟ୍ଟନାୟକ । ବଜେଟରେ ଓଡିଶାକୁ ଉପେକ୍ଷା କରାଯାଇଥିବା କହିବା ସହ ଚଳିତ ବଜେଟ ଏକ ଜନ ବିରୋଧୀ ବଜେଟ ବୋଲି କହିଛନ୍ତି ନିରଞ୍ଜନ ।

ନିରଞ୍ଜନ କହିଛନ୍ତି ଚଳିତ ବଜେଟରେ କୌଣସି ନୂତନତ୍ବ ନାହିଁ । ଓଡିଶା ପାଇଁ ମଧ୍ୟ ବଜେଟରେ କୌଣସି ବିଶେଷ ବ୍ୟବସ୍ଥା ମଧ୍ୟ ନାହିଁ । ଓଡିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ତାର କୌଣସି ସ୍ଥାୟୀ ସମାଧାନ ଦିଗରେ ମଧ୍ୟ ବଜେଟରେ ଦୃଷ୍ଟି ଦିଆଯାଇନାହିଁ । ଏପରି ସ୍ଥଳେ ଚଳିତ ବଜେଟରେ କୌଣସି ବିକାଶର ଦିଗ ମଧ୍ୟ ଦେଖାଯାଉନାହିଁ । ଏହା ଏକ ଜନ ବିରୋଧୀ ବଜେଟ ବୋଲି ଟ୍ବିଟରେ ନିଜର ଆଭିମୁଖ୍ୟ ପ୍ରକାଶ କରିଛନ୍ତି ନିରଞ୍ଜନ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Feb 1, 2022, 9:03 PM IST

ABOUT THE AUTHOR

...view details