ଓଡିଶା

odisha

ETV Bharat / city

ରାଜ୍ୟର ଏଭଳି କୌଣସି ବ୍ଲକ ନାହିଁ ଯେଉଁଠି ଦୁର୍ନୀତି ହେଉନାହିଁ: ବିଜେପି ମୁଖପାତ୍ର - ରାଜ୍ୟର ଏଭଳି କୌଣସି ବ୍ଲକ ନାହିଁ ଯେଉଁଠି ଦୁର୍ନୀତି ହେଉନାହିଁ

କ୍ଷମତା ବିକେନ୍ଦ୍ରୀକରଣକୁ ଭୁଲି ରାଜ୍ୟ ସରକାର ସ୍ଵଚ୍ଛତା ର ଡିଣ୍ଡିମ ପିଟୁଥିବା ବେଳେ ସ୍ଵଚ୍ଛ ଏବଂ ଦୁର୍ନୀତି ମୁକ୍ତ ଶାସନ ଦେବେ ବୋଲି କହିଥିଲେ । ହେଲେ ବାସ୍ତବରେ ସ୍ଵଚ୍ଛତା ଗାଧୋଇ ଗଲା ଏବଂ 5T କଥା ବି କୁହାଗଲା । ଆମ ଗାଁ ଆମ ବିକାଶ କଥା ମଧ୍ୟ କୁହାଗଲା । ଏବେ ଗାଁ ଅଛି କିନ୍ତୁ ବିକାଶ ନାହିଁ ବୋଲି କହିଛନ୍ତି ରମା ରଞ୍ଜନ ବଳିୟାରସିଂହ । ଅଧିକ ପଢନ୍ତୁ

ରାଜ୍ୟର ଏଭଳି କୌଣସି ବ୍ଲକ  ନାହିଁ ଯେଉଁଠି ଦୁର୍ନୀତି ହେଉନାହିଁ: ବିଜେପି ମୁଖପାତ୍ର
ରାଜ୍ୟର ଏଭଳି କୌଣସି ବ୍ଲକ ନାହିଁ ଯେଉଁଠି ଦୁର୍ନୀତି ହେଉନାହିଁ: ବିଜେପି ମୁଖପାତ୍ର

By

Published : Aug 13, 2022, 10:05 PM IST

ଭୁବନେଶ୍ବର: ଦୀର୍ଘ ଦିନର ନୀରବତା ପରେ ପୁଣି ଥରେ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଲା ରାଜ୍ୟ ବିଜପି । ଆଜି ଦଳୀୟ ମୁଖପାତ୍ର ରମା ରଞ୍ଜନ ବଳିୟାରସିଂହ ପ୍ରେସମିଟରେ କହିଛନ୍ତି, କ୍ଷମତା ବିକେନ୍ଦ୍ରୀକରଣକୁ ଭୁଲି ରାଜ୍ୟ ସରକାର ସ୍ଵଚ୍ଛତା ର ଡିଣ୍ଡିମ ପିଟୁଥିବା ବେଳେ ସ୍ଵଚ୍ଛ ଏବଂ ଦୁର୍ନୀତି ମୁକ୍ତ ଶାସନ ଦେବେ ବୋଲି କହିଥିଲେ। ହେଲେ ବାସ୍ତବରେ ସ୍ଵଚ୍ଛତା ଗାଧୋଇ ଗଲା ଏବଂ 5T କଥା ବି କୁହାଗଲା । ଆମ ଗାଁ ଆମ ବିକାଶ କଥା ମଧ୍ୟ କୁହାଗଲା। ଏବେ ଗାଁ ଅଛି କିନ୍ତୁ ବିକାଶ ନାହିଁ।

ରାଜ୍ୟର ଏଭଳି କୌଣସି ବ୍ଲକ ନାହିଁ ଯେଉଁଠି ଦୁର୍ନୀତି ହେଉନାହିଁ: ବିଜେପି ମୁଖପାତ୍ର

ରମା ଆହୁରି କହିଛନ୍ତି 3T ଗଲା 5T ଆସିଲା କିନ୍ତୁ କିଛି ଲାଭ ନାହିଁ। ମୁଖମନ୍ତ୍ରୀ ଶୂନ୍ୟ ସହନଶୀଳତା (zero tolerance)କଥା କହିଲେ ଜିଲାପାଳ ମାନଙ୍କୁ । କିନ୍ତୁ କିଛି ଫରକ ପଡ଼ିଲା ନାହିଁ । ଓଡ଼ିଶା ଗ୍ରାମାଞ୍ଚଳ ବିକାଶ ଏଯାଏଁ ହୋଇ ପାରି ନାହିଁ। ପଞ୍ଚାୟତରାଜ ବ୍ୟଵସ୍ଥାରେ ଦୁର୍ନୀତି ଚରମସୀମାରେ ରହିଛି। ରାଜ୍ୟର ଏଭଳି କୌଣସି ବ୍ଲକ ଏବଂ ପଞ୍ଚାୟତ ନାହିଁ। ଯେଉଁଠି ଦୁର୍ନୀତି ହେଉ ନାହିଁ। ସବୁ ଅଧିକାରୀ ପିସି କାରବାରରେ ଜଡିତ।

ପିସି କାରବାର ରାଜ୍ୟ ସରକାରଙ୍କ ପ୍ରାୟୋଜିତ। ରାଜ୍ୟ ସରକାର ପଲ୍ଲୀସଭା ବନ୍ଦ କରି ବିଭାଗୀୟ ଯନ୍ତ୍ରୀଙ୍କୁ ଅର୍ଥ ଦେବା ନେଇ ନିର୍ଦେଶ ଦିଆଗଲା। କିନ୍ତୁ ପଞ୍ଚାୟତ ସ୍ତରର ସବୁ କାମ କଲେ ସରକାରୀ ଦଳର ନେତା। ସୂଚନା ଅଧିକାର ଆଇନ ଅଧାରରେ ଯାହା ତଥ୍ୟ ସାମ୍ନାକୁ ଆସିଛି ରାଜ୍ୟର ୧୩ ବ୍ଲକରେ ୨୫୦ କୋଟି ଟଙ୍କାର କାମ ହୋଇଛି। ସେଥିରୁ ୯ କୋଟି ହଡ଼ପ କରିଛନ୍ତି ଜେଇ, ଆସିଷ୍ଟଣ୍ଟ ଇଞ୍ଜିନିୟର ବୋଲି ବିଜେପି ମୁଖପାତ୍ର ରମା ରଞ୍ଜନ ବଳିୟାରସିଂହ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details