ଓଡିଶା

odisha

ETV Bharat / city

ରାଜ୍ୟରେ ଅଛନ୍ତି 2 ଲକ୍ଷ ଶିକ୍ଷକ, ଅନଲାଇନ କ୍ଲାସ କରିଛନ୍ତି 22 ରୁ 24 ପ୍ରତିଶତ ପିଲା - 22 to 24 per cent of the children attend online classes

କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ପିଲାଙ୍କ ଭବିଷ୍ୟତ ପାଇଁ ଅନଲାଇନ କ୍ଲାସ କରିବାକୁ ନିଷ୍ପତ୍ତି ନେଲେ । କିନ୍ତୁ ମୋଟ 22 ରୁ 24 ପ୍ରତିଶତ ପିଲା କରିଛନ୍ତି ଅନଲାଇନ କ୍ଲାସ । ଅଧିକ ପଢନ୍ତୁ...

ରାଜ୍ୟରେ ଶିକ୍ଷକ ଅଛନ୍ତି 2 ଲକ୍ଷ 80 ହଜାର, ମାତ୍ର ଅନଲାଇନ କ୍ଲାସ କରିଛନ୍ତି 22 ରୁ 24 ପ୍ରତିଶତ ପିଲା
ରାଜ୍ୟରେ ଶିକ୍ଷକ ଅଛନ୍ତି 2 ଲକ୍ଷ 80 ହଜାର, ମାତ୍ର ଅନଲାଇନ କ୍ଲାସ କରିଛନ୍ତି 22 ରୁ 24 ପ୍ରତିଶତ ପିଲା

By

Published : May 11, 2021, 4:33 PM IST

ଭୁବନେଶ୍ବର: କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ପିଲାଙ୍କ ଭବିଷ୍ୟତ ପାଇଁ ଅନଲାଇନ କ୍ଲାସ କରିବାକୁ ନିଷ୍ପତ୍ତି ନେଲେ । କିନ୍ତୁ ଏହି ଅନଲାଇନ କ୍ଲାସରେ କେତେ ପିଲା ଉପକୃତ ହୋଇଛନ୍ତି ।

ରାଜ୍ୟରେ ମୋଟ ଆକାରରେ ସ୍କୁଲ କଲେଜ ଓ ବିଶ୍ୱବିଦ୍ୟାଳୟରେ 2 ଲକ୍ଷ 80 ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ ରହିଛନ୍ତି। ପ୍ରାଥମିକ ସ୍କୁଲରେ 1 ଲକ୍ଷ 30 ହଜାର। ସେକେଣ୍ଡାରି ସ୍କୁଲରେ 70 ରୁ 80 ହଜାର ଶିକ୍ଷକ, ଯୁକ୍ତ ଦୁଇ ଓ ତିନି ରେ 25 ହଜାରରୁ ଉର୍ଦ୍ଧ ଶିକ୍ଷକ ରହିଥିବା ବେଳେ ବିଶ୍ୱବିଦ୍ୟାଳୟ, ସଂସ୍କୃତ ବିଶ୍ୱବିଦ୍ୟାଳୟ, ମାଦ୍ରସା ଓ ଏକଲବ୍ୟ ହାଇସ୍କୁଲରରେ 45 ହଜାର ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି।

ତେବେ ରାଜ୍ୟରେ 43 ହଜାର ମୋଟ ସ୍କୁଲ ରହିଛି। ସେଥିମଧ୍ୟରୁ 16 ହଜାର ପ୍ରାଥମିକ ସ୍କୁଲ, 9 ହଜାର 300 ଶହ ମୋଟ ଉଚ୍ଚ ପ୍ରାଥମିକ ସ୍କୁଲ, 8 ହଜାର 600 ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ ଓ 700 ଟି ବେସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ ରହିଛି। ଏପଟେ ରାଜ୍ୟରେ ମୋଟ ଆକାରରେ 1500 ଟି ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜ ରହିଥିବା ବେଳେ 30 ଟି ବିଶ୍ୱବିଦ୍ୟାଳୟ ଓ ଅନ୍ୟ ସମସ୍ତ କଲେଜ ରହିଛି।

କିନ୍ତୁ କୋଭିଡକୁ ଦୃଷ୍ଟିରେ ରଖି ସରକାର ଜାରି କରିଥିବା ଅନଲାଇନ କ୍ଲାସରେ ମୋଟ 22 ରୁ 24 ପ୍ରତିଶତ ପିଲା କ୍ଳାସ କରିଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details