ଓଡିଶା

odisha

ETV Bharat / city

କମିଶନରେଟ ପୋଲିସ କବଜାରେ 3 ମୋବାଇଲ ଚୋର

ରାଜଧାନୀର ବିଭିନ୍ନ ଅଞ୍ଚଳରୁ ମୋବାଇଲ ଚୋରି କରିଥିବା ୩ ଅଭିଯୁକ୍ତଙ୍କୁ ଧରିଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ...

By

Published : Oct 22, 2020, 6:09 AM IST

ଧଉଳି ଥାନା ହାତରେ ୩ ଅଭିଯୁକ୍ତ
ଧଉଳି ଥାନା ହାତରେ ୩ ଅଭିଯୁକ୍ତ

ଭୁବନେଶ୍ବର: ଧରାପଡିଲେ 3 ମୋବାଇଲ ଚୋର । ରାଜଧାନୀର ବିଭିନ୍ନ ଅଞ୍ଚଳରୁ ମୋବାଇଲ ଚୋରି କରିଥିବା ୩ ଅଭିଯୁକ୍ତଙ୍କୁ ଧରିଛି କମିଶନରେଟ ପୋଲିସ । ଏଥିସହ କମିଶନରେଟ ପୋଲିସକୁ ୧୫ଟି ମୋବାଇଲ ଫୋନ ମିଳିଛି ।ଯେଉଁଥିରେ ରହିଛି ବିଭିନ୍ନ କମ୍ପାନୀର ଦାମୀ ଫୋନ।

ଗିରଫ ହୋଇଥିବା ତିନି ଅଭିଯୁକ୍ତ ହେଲେ ସହିଦନଗର ଥାନା ଶାନ୍ତିପଲ୍ଲୀ ବସ୍ତିର ଗୋପି ଦାସ, ସୂର୍ଯ୍ୟପ୍ରକାଶ ସ୍ବାଇ ଓରଫ ଲିପୁନ ଏବଂ ବୀରସିଂ ତିରିଆ । ଏମାନେ ସାଧାରଣତଃ ମୌକା ଦେଖି ମୋବାଇଲ ଫୋନ ଚୋରି କରୁଥିଲେ। ପରେ ଏହାକୁ କମ ଦାମରେ ବିକ୍ରି କରି ମାଲମାଲ ହେଉଥିଲେ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details