ଭୁବନେଶ୍ବର:ରାଜ୍ୟରେ ସହର ଅପେକ୍ଷା ଗାଁରେ ଏବେ ସଂକ୍ରମଣ ବଢୁଛି । ବର୍ତ୍ତମାନ ସମୟରେ ଗାଁ ଗୁଡିକରେ 55 ରୁ 60 ପ୍ରତିଶତ ସଂକ୍ରମଣ ରହିଛି । ବର୍ତ୍ତମାନ ଆମେ ଭଲ ସ୍ଥିତିରେ ଅଛୁ, ଟ୍ରାନ୍ସମିଶନ ଚେନ ବ୍ରେକ କରିବା ପାଇଁ ଲକଡାଉନ ଜରୁରୀ ଥିଲା, ଲକଡାଉନର ପ୍ରଭାବ 2 ରୁ 8 ସପ୍ତାହ ପରେ ଜଣାପଡିବ । ଏନେଇ ଗାଁ ଗୁଡିକରେ ସିରିଜ ଭାବରେ ଟ୍ରେନିଂ ଚାଲିଛି ।
ଗାଁ କୁ ଫୋକସ, 55 ରୁ 60 ପ୍ରତିଶତ ଅଛି ସଂକ୍ରମଣ
ରାଜ୍ୟରେ ସହର ଅପେକ୍ଷା ଗାଁରେ ଏବେ ସଂକ୍ରମଣ ବଢୁଥିବାରୁ ଏଥିପ୍ରତି ସ୍ବାସ୍ଥ୍ୟ ବିଭାଗର ରହିଛି ସ୍ବତନ୍ତ୍ର ନଜର । ଅଧିକ ପଢନ୍ତୁ...
ଗାଁ କୁ ଫୋକସ, ଗାଁମାନଙ୍କରେ 55 ରୁ 60 ପ୍ରତିଶତ ସଂକ୍ରମଣ ଅଛି
ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ଗାଁ ମାନଙ୍କରେ ଆଶାକର୍ମୀ, ଅଙ୍ଗନବାଡି କର୍ମୀ ସେମାନଙ୍କୁ ଟ୍ରେନିଂ ଦିଆଯାଇ ସ୍ବତନ୍ତ୍ର ଭାବେ କୋରୋନା ସଂକ୍ରମଣ ଉପରେ ନଜର ରଖିବାକୁ କୁହାଯାଇଛି । ଏନେଇ ସିଡିଏମଓ ଆଉ ଜିଲ୍ଲାପାଳ ରେଗୁଲାର ତଦାରଖ କରୁଛନ୍ତି । ଏବେ ଗାଁ ଗୁଡିକ ଉପରେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ନଜର ରହିଛି । କେନ୍ଦ୍ରର ଏସଓପି ଆସିବା ପୂର୍ବରୁ ରାଜ୍ୟ ସରକାର ଆଗରୁ ହିଁ ଗାଁ ମାନଙ୍କରେ ଏହି ନିୟମ କାର୍ଯ୍ୟକାରୀ କରାଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ