ଓଡିଶା

odisha

By

Published : Mar 12, 2021, 9:09 PM IST

ETV Bharat / city

15ରୁ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ‘କୃଷି ଓଡିଶା 2021’

ଆସନ୍ତା 15ରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ" କୃଷି ଓଡିଶା 2021" । ଏନେଇ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ଅଧିକ ପଢନ୍ତୁ...

The state level agricultural exhibition "Agriculture Odisha 2021" will start from next 15th.
15ରୁ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ" କୃଷି ଓଡିଶା 2021"

ଭୁବନେଶ୍ବର : ଆସନ୍ତା 15ରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ କୃଷି ପ୍ରର୍ଦଶନୀ ‘କୃଷି ଓଡିଶା 2021’ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ FICCI ସହଯୋଗୀତାରେ ମାର୍ଚ୍ଚ 15ରୁ କୃଷି ଓଡିଶା 2021 ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ଆରମ୍ଭ ହେବାକୁ ଯାଉଛି । ଏହି ପ୍ରର୍ଦଶନୀ ବରମୁଣ୍ଡା ବିଜୁପଟ୍ଟନାୟକ ଖେଳପଡ଼ିଆରେ 15 ରୁ 19 ପର୍ଯ୍ୟନ୍ତ ଚାଲିବ । ମୁଖ୍ୟମନ୍ତ୍ରୀ ଏହି ମହୋତ୍ସବକୁ ଉଦଘାଟନ କରିବେ । କୃଷି ମହୋତ୍ସବର ଉଦଯାପନୀ ଦିବସରେ ରାଜ୍ୟପାଳ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

15ରୁ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ" କୃଷି ଓଡିଶା 2021"

ଏବର୍ଷ କୃଷି ଓଡ଼ିଶାର ବିଷୟଵସ୍ତୁ ରହିଛି ସମନ୍ବିତ ଚାଷ ଚାଷୀର ବିକାଶ । ଏବର୍ଷ କୃଷି ଓଡ଼ିଶାରେ 160 ଗୋଟି ମଣ୍ଡପ ପ୍ରଦର୍ଶିତ ହେବ । କୃଷି, ଉଦ୍ୟାନ କୃଷି , ମୃତ୍ତିକା ସଂରକ୍ଷଣ , ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ସମ୍ପଦ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର ଓ ଅନ୍ୟାନ୍ୟ ବୈଷୟିକ ସଂସ୍ଥା , କୃଷକ ଉତ୍ପାଦନକାରୀ ସଙ୍ଘ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଭଳି ଅନେକ ସଂସ୍ଥା ଏହି ପଦର୍ଶନୀରେ ଯୋଗ ଦେବେ । ଏବର୍ଷ 10ଟି ବିଷୟବସ୍ତୁ ଉପରେ କୃଷିର ଉନ୍ନତି କରଣ ପାଇଁ ଆବଶ୍ୟକ ବୈଷୟିକ ଜ୍ଞାନ କୌଶଳ, ଅତ୍ୟାଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର, ସମ୍ବଳ ବିକାଶ, କୃଷି ସାମଗ୍ରୀର ବିତରଣ ବ୍ୟବସ୍ଥା ଉପରେ ଆଲୋଚନା କରାଯିବ । ଏହାସହ କୃଷି ଓଡିଶାର ମାସ୍କଟ ଉନ୍ମୋଚନ କରିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ଛତୁକୁ ଚଳିତ ବର୍ଷ କୃଷି ଓଡିଶାର ମାସ୍କଟ ଭାବେ ରଖାଯାଇଛି । ୧୬୦ଟି ଷ୍ଟଲରେ ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ, ବିଭିନ୍ନ ଯନ୍ତ୍ରପାତି ପଦର୍ଶୀତ କରାଯିବ । ଦୈନିକ 30 ଜଣ ସଫଳ ଚାଷୀଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details