ଭୁବନେଶ୍ବର:କୋଭିଡ ସଂକ୍ରମିତଙ୍କ ଚିକିତ୍ସା ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ । ଘରେ ଘରେ ଅକ୍ସିଜେନ କନସେନଟ୍ରେଟର ପହଞ୍ଚାଇବା ଲାଗି ବ୍ୟବସ୍ଥା କରିଛନ୍ତି ସରକାର ।
ପ୍ରଥମ ପର୍ଯ୍ୟାୟରେ 5 ଟି ସହରରେ ଏହି ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି । ଭୁବନେଶ୍ବର, ବ୍ରହ୍ମପୁର, କଟକ, ରାଉରକେଲା ଏବଂ ସମ୍ବଲପୁର ସହରରେ ଏହି ସେବାର ଶୁଭାରମ୍ଭ ହୋଇଛି । ରାଜ୍ୟ କୋଭିଡ ଡାସବୋର୍ଡ https://statedashboard.odisha.gov.in/ ଏବଂ https://o2booking.sachetakapp.in ଲିଙ୍କରେ ଅକ୍ସିଜେନ କନସେନଟ୍ରେଟର ଅନଲାଇନ ବୁକିଙ୍ଗ ସୁବିଧା ଉପଲବ୍ଧ କରାଯାଇଛି ।