ଭୁବନେଶ୍ବର: ଯେଉଁଠି ମଣିଷ ଆପଣାକୁ ଦେଖେ ନାହିଁ ସେହି ଅତି ଆଧୁନିକ ସହରରେ ରହି ବି ଏମାନଙ୍କ ହୃଦୟ କାନ୍ଦୁଥାଏ । ଫୁଟ୍ପାଥ୍ରେ ଆଘାତପ୍ରାପ୍ତ, ଅସୁସ୍ଥ ଗାଈ, ବଳଦ ଓ ଷଣ୍ଢଙ୍କ ସେବା ଶୁଶ୍ରୁଷା ପାଇଁ ଏମାନେ ନିଜ ଜୀବନଙ୍କୁ ସମର୍ପିତ କରିଛନ୍ତି । ଏମାନେ ହେଲେ ସ୍ମାର୍ଟ ସିଟିର ସେବାରୂପ କର୍ତ୍ତବ୍ୟରେ ଉଦାହରଣ ସୃଷ୍ଟି କରିଥିବା ଆଜିର ଯୁବପିଢି । ଏଭଳି କିଛି ବିରଳ ବ୍ୟକ୍ତିତ୍ବଙ୍କୁ ଭେଟିଛି ଇଟିଭି ଭାରତ ।
ଏମାନେ ସମସ୍ତିଙ୍କଠୁଁ ଅଲଗା । ଗାଈ ଓ ବାଛୁରୀରଙ୍କ କ୍ଷତକୁ ନିଜ ହାତରେ ସଫା କରି ଔଷଧ ପକାନ୍ତି । ନିଜ ପ୍ରିୟ ମଣିଷ ପରି ଭାବି ନିଅନ୍ତି ବୁଲା ଗାଈ ଗୋରୁଙ୍କୁ । ଆଉ ଏଥି ପାଇଁ ନିଜସ୍ବ ପ୍ରଚେଷ୍ଟାରେ ତିଆରି କରିଛନ୍ତି ଗୋ-ଶାଳା । ଏହି ଗୋ -ସେବା କେନ୍ଦ୍ରରେ ଅସୁସ୍ଥ ଓ ଦୁର୍ଘଟଣାରେ ଆହତଙ୍କ ସେବା କରିବା ସହ ସମୂର୍ଣ୍ଣ ସୁସ୍ଥ ହେବା ଯାଏଁ ।