ଓଡିଶା

odisha

ETV Bharat / city

ବାତିଲ ହେଲା ପୋଲିସ ପାସ୍ ବ୍ୟବସ୍ଥା - ବାତିଲ ହେଲା ପୋଲିସ ପାସ୍ ବ୍ୟବସ୍ଥା

କୋରୋନାକୁ ନେଇ ଚିନ୍ତାରେ ଦେଶବାସୀ । ଏପରି କ୍ଷେତ୍ରରେ ନିଜକୁ ଯେତେ ଭିଡରୁ ଦୁରେଇ ରଖିବେ ସେତେ ନିଜ ପାଇଁ ଭଲ । ଏହାକୁ ଲକ୍ଷରେ ରଖି ଟୁଇନସିଟି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପୋଲିସ ପାସ ପାଇଁ କେହି ଆସନ୍ତୁ ନାହିଁ, କିମ୍ବା ଏହାର ଆବଶ୍ୟକତା ନାହିଁ ବୋଲି ସୁଚନା ଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବାତିଲ ହେଲା ପୋଲିସ ପାସ୍ ବ୍ୟବସ୍ଥା
ବାତିଲ ହେଲା ପୋଲିସ ପାସ୍ ବ୍ୟବସ୍ଥା

By

Published : Mar 24, 2020, 7:28 PM IST

ଭୁବନେଶ୍ବର: ଲକଡାଉନ ବେଳେ ପୋଲିସ ପାସ ଆବଶ୍ୟକତା ବାତିଲ । ଅଯଥାରେ ପାସ ନେବା ପାଇଁ ଭିଡ ହେବାକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥାକୁ ବାତିଲ କରିଛନ୍ତି ପୋଲିସ କମିଶନର । ଲୋକଙ୍କ ମଧ୍ୟରେ ସାମାଜିକ ଦୁରତ୍ବ ରହୁନି । କିଛି ନବୁଝି ସୁଝି ଅଯଥାରେ ଲୋକେ ଥାନାରେ ଭିଡ ଲଗାଉଛନ୍ତି । ଯାହାକୁ ନେଇ ପାସ ବ୍ୟବସ୍ଥାକୁ ବାତିଲ କରିଛନ୍ତି ଚ୍ବିନସିଟି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଏହାସହ ନିଜ ଟ୍ବିଟର ଆକାଉଣ୍ଟ ଜରିଆରେ ଏହି ପୋଲିସ ପାସ ପାଇଁ କେହି ଆସନ୍ତୁ ନାହିଁ, କିମ୍ବା ଏହାର ଆବଶ୍ୟକତା ନାହିଁ ବୋଲି ସୁଚନା ଦେଇଛନ୍ତି ।

ବାତିଲ ହେଲା ପୋଲିସ ପାସ୍ ବ୍ୟବସ୍ଥା

ତେଣୁ ଜରୁରୀ ସେବାରେ ନିୟୋଜିତ ଲୋକେ ନିଜର ପରିଚୟପତ୍ର ଦେଖାଇ ଯାଇପାରିବେ । ଅର୍ଥାତ ମେଡିକାଲରେ କାର୍ଯ୍ୟରତ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ସରକାରୀ ଅଫିସ ଖୋଲାଥିବା କର୍ମଚାରୀ, ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟବସାୟ କରୁଥିବା ବ୍ୟକ୍ତି, ରୋଗୀ ଓ ଜରୁରୀ ଆବଶ୍ୟକତା ଥିବା ଲୋକଙ୍କୁ ସଠିକ ଆବଶ୍ୟକତା ଦେଖି ଛଡାଯିବାକୁ ନିର୍ଦ୍ଦେଶ ରହିଛି । ଅନ୍ୟପଟେ ବୁଧବାର ଠାରୁ ଏକ ନୂଆ ଫର୍ମାଟ ଅର୍ଥ ଆଇଟି ପ୍ଲାଟ ଫର୍ମରେ ପାସ କରିବାକୁ ଯୋଜନା ଚଳାଇଛି ପୋଲିସ ।

ବାତିଲ ହେଲା ପୋଲିସ ପାସ୍ ବ୍ୟବସ୍ଥା

ଯାହାକି ଅନଲାଇନ ଯୋଗେ ଏକ ନିର୍ଦ୍ଧିଷ୍ଟ ଫର୍ମାଟରେ ପରମିସନ ମିଳିବ ଏବଂ ୨ ଘଣ୍ଟା ପାଇଁ ଏହାର ଅବଧି ରହିବ । ତେବେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଲକଡାଉନ ଘୋଷଣା ରହିଥିବା ବେଳେ ଲୋକେ ଘରୁ ନବାହାରିବାକୁ ତଥା ଅନ୍ୟ ଲୋକର ସଂସ୍ପର୍ଶରେ ନଆସିବାକୁ ଅନୁରୋଧ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details