ଭୁବନେଶ୍ବର: ପ୍ରକାଶ ପାଇଲା OJEE ପରୀକ୍ଷା ତାରିଖ । ସେପ୍ଟେମ୍ବର 6ରୁ ଆରମ୍ଭ ହେବ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(OJEE) । 6 ରୁ ଆରମ୍ଭ ହୋଇ 18 ତାରିଖ ଯାଏଁ ଚାଲିବ । ପ୍ରତିଦିନ CBT (କମ୍ୟୁଟର ଭିତ୍ତିକ ପରୀକ୍ଷା) ମୋଡରେ ହେବ ପରୀକ୍ଷା । କୋଭିଡ କଟକଣା ଅନୁଯାୟୀ ପରୀକ୍ଷା ପରିଚାଳନା କରାଯିବ । ଏନେଇ ସୂଚନା ଦେଇଛନ୍ତି OJEE ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ।
ସେପ୍ଟେମ୍ବର 6ରୁ OJEE
16:33 August 13
ସେପ୍ଟେମ୍ବର 6ରୁ OJEE
ପ୍ରତ୍ୟେକ ଦିନ ତିନିଟି ସିଫ୍ଟରେ ପରୀକ୍ଷା କରାଯିବ। ସକାଳ 9 ଟା ରୁ 11 ଟା ପର୍ଯ୍ୟନ୍ତ ପ୍ରଥମ ସିଫ୍ଟ, 12ଟା 30 ରୁ 2ଟା 30 ପର୍ଯ୍ୟନ୍ତ ଦ୍ବିତୀୟ ସିଫ୍ଟ ଏବଂ ଅପରାହ୍ନ 4ଟା ରୁ 6 ଟା ଯାଏଁ ତୃତୀୟ ସିଫ୍ଟରେ ପରୀକ୍ଷା କରାଯିବ ।
OJEE ର ଅଫିସିଆଲ୍ ୱେବସାଇଟ୍ (www.ojee.nic.in/www.odishajee.com)ରେ ପରୀକ୍ଷଣ ସିଫ୍ଟର ସଂପୂର୍ଣ୍ଣ କାର୍ଯ୍ୟସୂଚୀ ଦିଆଯାଇଛି । ଆଡମିଟ୍ କାର୍ଡ ଇତ୍ୟାଦି ପରୀକ୍ଷା ଏବଂ ଡାଉନଲୋଡ୍ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (SOP) ବିଷୟରେ ପରେ ସୂଚିତ କରାଯିବ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ