ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମରେ ବଢ଼ିଲା RRT ବା ରାପିଡ଼ ରେସପନ୍ସ ଟିମ ସଂଖ୍ୟା । ବିଏମସିର 67ଟି ୱାର୍ଡ ପାଇଁ ଏବେ କାମ କରିବ 39ଟି ରାପିଡ଼ ରେସପନ୍ସ ଟିମ । ତିନୋଟି ଜୋନ୍ ପାଇଁ 13ଟି ଲେଖାଏଁ ଟିମ୍ ପ୍ରସ୍ତୁତ ହୋଇଛି । ପୂର୍ବରୁ ପ୍ରତି ଜୋନ୍ ରେ 8ଟି ଲେଖାଏଁ ହିସାବରେ 24ଟି ରାପିଡ଼ ରେସପନ୍ସ ଟିମ ଥିଲା । ବର୍ତ୍ତମାନ ସେହି ସଂଖ୍ୟା ବୃଦ୍ଧି ପାଇ 39 ହେଲା ।
ପ୍ରତି ଟିମରେ ଜଣେ ଲେଖାଏଁ ଆୟୁଷ ଡାକ୍ତର, କୋଭିଡ ସଚେତକ ଓ ଜଣେ ଏଏନମ କର୍ମୀ ରହିଛନ୍ତି । ଘର ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ସହ ତଥ୍ୟ ସଂଗ୍ରହ ଓ ଔଷଧ ବାଣ୍ଟିବା କାର୍ଯ୍ୟରେ ଏହି ଟିମ୍ ନିୟୋଜିତ ରହିବ । ଏହାସହ ପ୍ରତି ଜୋନ୍ ରେ ଗୋଟିଏ ସ୍ବତନ୍ତ୍ର ସେଣ୍ଟ୍ରାଲ ଟିମ ମଧ୍ୟ ରହିଛି, ଯାହା ସୋସିଆଲ ମିଡିଆ ଓ ହ୍ବାଟ୍ସଆପ ଗ୍ରୁପ ଜରିଆରେ ନିୟନ୍ତ୍ରଣ କରୁଛି । ସେହିପରି କଣ୍ଟାକ୍ଟ ଟ୍ରେସିଂ ଟିମ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି।