ଓଡିଶା

odisha

ETV Bharat / city

'କଣ୍ଟାକ୍ଟ ଟ୍ରେସିଂ ପରେ କମୁଛି ପଜିଟିଭ ସଂଖ୍ୟା' - ଆଣ୍ଟିଜେନ ଟେଷ୍ଟ

ପ୍ରତିଦିନ ଆଣ୍ଟିଜେନ ଟେଷ୍ଟକୁ ବୃଦ୍ଧି କରାଯାଉଛି । ଏବେ ପ୍ରତିଦିନ 50ହଜାର ଟେଷ୍ଟ କରାଯିବ। ଆଗକୁ 1ଲକ୍ଷ ଟେଷ୍ଟ କରାଯିବାକୁ ଯୋଜନା ରହିଛି ବୋଲି ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି । ଅଧିକ ଖବର ପଢନ୍ତୁ...

'କଣ୍ଟାକ୍ଟ ଟ୍ରେସିଂ ପରେ କମୁଛି ପଜିଟିଭ ସଂଖ୍ୟା'
'କଣ୍ଟାକ୍ଟ ଟ୍ରେସିଂ ପରେ କମୁଛି ପଜିଟିଭ ସଂଖ୍ୟା'

By

Published : Aug 12, 2020, 7:50 PM IST

ଭୁବନେଶ୍ବର: ପ୍ରତିଦିନ ଆଣ୍ଟିଜେନ ଟେଷ୍ଟକୁ ବୃଦ୍ଧି କରାଯାଉଛି । ଏବେ ପ୍ରତିଦିନ 50ହଜାର ଟେଷ୍ଟ କରାଯିବ। ଆଗକୁ 1ଲକ୍ଷ ଟେଷ୍ଟ କରାଯିବାକୁ ଯୋଜନା ରହିଛି ବୋଲି ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି । ଗଞ୍ଜାମ ସେରୋ ସର୍ଭେ ରିପୋର୍ଟ ସରକାରଙ୍କୁ ଦିଆଯାଇଛି। ଗଞ୍ଜାମରେ ସକ୍ରିୟ ସଂକ୍ରମଣ କମିଛି। ସଂକ୍ରମଣ ନିୟନ୍ତ୍ରଣରେ ଅଛି । ଗଞ୍ଜାମରେ ନୂଆ ପଜିଟିଭ କେସ ନାହିଁ । ଯାହା ଏବେ କଣ୍ଟାକ୍ଟ ଟ୍ରେସିଂରୁ ପଜିଟିଭ ବାହାରୁଛି । ରାଜ୍ୟରେ ଅଧିକ ଟେଷ୍ଟିଂ କରାଯାଉଥିବା ବେଳେ କମ୍ ପଜିଟିଭ ଆସୁଛି। ଯାହା ରାଜ୍ୟ ପାଇଁ ଭଲ ସୂଚନା।

'କଣ୍ଟାକ୍ଟ ଟ୍ରେସିଂ ପରେ କମୁଛି ପଜିଟିଭ ସଂଖ୍ୟା'

ସେରୋ ସର୍ଭେରେ ଆଣ୍ଟିବଡ଼ି ଡେଭଲପ ରିପୋର୍ଟ ଦେଖି ଅନଲକ ନିୟମ କୋହଳ କରିବାରେ ସାହାଯ୍ୟ କରିବ। ଵର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଉଦବେଗ ଜନକ ରହିଛି । ଆଗକୁ କେଉଁ ବି ଜିଲ୍ଲା ପିକ୍ ହୋଇପାରେ ବୋଲି ସେ କହିଛନ୍ତି । ଏହାସହ ଗତକାଲି 32 ହଜାର ଟେଷ୍ଟିଂ ହୋଇଛି । ଅଗଷ୍ଟ 20 ସୁଦ୍ଧା 50 ହଜାର ଟେଷ୍ଟ କରିବାକୁ ଧାର୍ଯ୍ୟ କରାଯାଇଛି ।

ମେଡି କିଟ୍ ର ଉପଲବ୍ଧତା ଓ ଆବଶ୍ୟକତା ଏବଂ ସଂକ୍ରମଣର ମାତ୍ରକୁ ଦେଖି ସରକାର ଆଗକୁ ଅଧିକରୁ ଅଧିକ ଟେଷ୍ଟିଂ ବଢାଇବାକୁ ଯୋଜନା ରଖିଛନ୍ତି । ସରକାରୀ ସୂତ୍ରରୁ, ସୂଚନା ରାଜ୍ୟରେ ବଢୁଛି ଟେଷ୍ଟ ସଂଖ୍ୟା । ଆଜି 32 ହଜାର ହୋଇଥିବା ବେଳେ ଆଗକୁ ଦୈନିକ ଏକ ଲକ୍ଷ ଟେଷ୍ଟିଂ କରିବାକୁ ଯୋଜନା କରୁଛନ୍ତି । ଏକ ଲକ୍ଷ ଟେଷ୍ଟିଂ କରାଯିବା ନେଇ ଉନ୍ନୟନ କମିଶନର ସୂଚନା ଦେଇଛନ୍ତି ।

ତେବେ ଅଗଷ୍ଟ 20 ସୁଦ୍ଧା 50 ହଜାର କରିବାକୁ ଧାର୍ଯ୍ୟ ହୋଇଛି। ଅଧିକ ଆଣ୍ଟିଜେନ ଟେଷ୍ଟିଂ କରାଯିବ । 6 ଟି ଜିଲ୍ଲାରେ ଅଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପ୍ରତ୍ୟେକ ଜିଲ୍ଲାକୁ ଆଣ୍ଟିଜେନ ଟେଷ୍ଟ କିଟ୍ ପଠାଯିବ । ଏହାଦ୍ବାରା ଶୀଘ୍ର ଆକ୍ରାନ୍ତକୁ ଚିହ୍ନଟ କରାଯାଇ ଆଇସୋଲେଟ କରାଯିବ। ରାପିଡ ଆଣ୍ଟିଜେନ ଟେଷ୍ଟକୁ ଗୁରୁତ୍ବ ଦିଆଯାଉଛି । ଏବେ ଅଧିକାଂଶ କମ୍ପାନୀ କିଟ ପ୍ରସ୍ତୁତ କରୁଥିବାରୁ କିଟର ଆଉ ଅଭାବ ନାହିଁ ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶିକା ।

ସେହିଭଳି ମୃତ୍ୟୁ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ କମ ରହିଛି। ଭ୍ୟାକ୍ସିନ ବିଭିନ୍ନ ଦେଶର ବିଭିନ୍ନ ସଂସ୍ଥା ପ୍ରସ୍ତୁତ କରୁଛନ୍ତି। 'Drugs controller of India' ର ଅନୁମୋଦନ ପରେ ବ୍ୟବହାର କରାଯିବ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details