ଓଡିଶା

odisha

By

Published : Sep 13, 2020, 5:31 PM IST

ETV Bharat / city

ରାଜଧାନୀରେ ବଢୁଛି ଆକ୍ରାନ୍ତ ସଂଖ୍ୟା, ଦିନକରେ 395 ଆକ୍ରାନ୍ତ ଚିହ୍ନଟ

ରାଜଧାନୀରେ ବଢୁଛି ସଂକ୍ରମଣ । ରବିବାର 395 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଛି । ଭୁବନେଶ୍ୱରର ମୋଟ 16240 ଜଣ ଆକ୍ରାନ୍ତ ହୋଇଥିବା ବେଳେ 11430 ଜଣ ସୁସ୍ଥ ଅଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାଜଧାନୀରେ ବଢୁଛି ଆକ୍ରାନ୍ତ ସଂଖ୍ୟା
ରାଜଧାନୀରେ ବଢୁଛି ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ବର: ରାଜଧାନୀରେ ବଢୁଛି ସଂକ୍ରମଣ । ରବିବାର 395 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଛି । ଅନ୍ୟପଟେ ଭୁବନେଶ୍ୱରରେ 604 ଜଣ ଆରୋଗ୍ୟ ହୋଇଛନ୍ତି । ଭୁବନେଶ୍ୱରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 116 ଚିହ୍ନଟ କରାଯାଇଥିବା ବେଳେ ଲୋକାଲ ସଂକ୍ରମଣ 279 ରେ ପହଞ୍ଚିଛି । ତେବେ ହୋମ କ୍ଵରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି ।

ହୋମ କ୍ଵରେଣ୍ଟାଇନରେ 116 ଙ୍କ ମଧ୍ୟରୁ 9 ଜଣ ନୟାପଲି, 4 ଜଣ ଡୁମଡୁମା, 3 ଜଣ ସାଲିଆ ସାହି, 4 ବିଡିଏ କଲୋନୀ, 3 ଚଦ୍ରଶେଖରପୁର, 3 ଖଣ୍ଡଗିରି, 6 ପୋଲିସ କର୍ମଚାରି, 5 ୟୁନିଟ 9, 4 ଭୋଇ ନଗର ଆଦି ଅଞ୍ଚଳରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସ୍ଥାନୀୟ ସଂକ୍ରମଣ 279 ଚିହ୍ନଟ ହୋଇଥିବା ବେଳେ 12 ଜଣ ନୟାପଲି, 13 ଜଣ ୟୁନିଟ 9, 5 ଜଣ ଶୈଳଶ୍ରୀ ବିହାର, 4 ଜଣ ସହିଦ ନଗର, 3 ଜଣ ଡ଼ମଣା, 6 ଜଣ ପୋଲିସ କର୍ମଚାରୀ, 9 ଜଣ ୟୁନିଟ 6, 9 ଜଣ ସାମନ୍ତରାପୁର, 3 ଜଣ 7ମ ବାଟାଲିୟନ, 3 ଜଣ ଆଚାର୍ଯ୍ୟ ବିହାର ଆଦି ଅଞ୍ଚଳରେ ଚିହ୍ନଟ କରାଯାଇଛି । ତେବେ ଭୁବନେଶ୍ୱରରେ 604 ଜଣ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରର ମୋଟ 16240 ଜଣ ଆକ୍ରାନ୍ତ ହୋଇଥିବା ବେଳେ 11430 ଜଣ ସୁସ୍ଥ ଅଛନ୍ତି । ସକ୍ରିୟ ଅଛନ୍ତି 4735 ଜଣ ଓ ମୃତ୍ୟୁ ସଂଖ୍ୟା 62 କୁ ପହଞ୍ଚିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details