ଭୁବନେଶ୍ୱର: ରାଜଧାନୀରେ ସାଂସଦଙ୍କ ବିଭିନ୍ନ ବସ୍ତି ଅଞ୍ଚଳ ଗସ୍ତ । ନୟାପଲ୍ଲୀରେ ବସବାସ କରୁଥିବା ଭୋଇ ସାହି, ବେହେରା ସାହି, ସବର ସାହି, ମୁଣ୍ଡା ସାହି ଏବଂ ନନ୍ଦିନପଲ୍ଲୀ ବସ୍ତିର ପ୍ରାୟ ୨୦ରୁ ୨୫ ହଜାର ଲୋକ ଖେଳ ପଡିଆ ଆଉ ମଶାଣି ଜମିକୁ ଦୀର୍ଘ ବର୍ଷ ଧରି ବ୍ୟବହାର କରି ଆସୁଛନ୍ତି । ମଶାଣିରେ ଶବଦାହ କରିବା ସଙ୍ଗେ ସଙ୍ଗେ ଖେଳ ପଡିଆରେ ବିଭିନ୍ନ ସାଂସ୍କୃତିକ, ରାଜନୈତିକ କାର୍ଯ୍ୟକ୍ରମ ହୋଇ ଆସୁଛି । ଯେତେବେଳେ କଳିଙ୍ଗ ଷ୍ଟାଡିୟମ ଆରମ୍ଭ ହୋଇନଥିଲା ସେତେବେଳେ ଖେଳ ପଡିଆ ଆଉ ମଶାଣି ଷ୍ଟାଡିୟମ ଭିତରେ ଥିଲା ।
ସେପଟେ ସରକାର ଷ୍ଟାଡିୟମ କାମ ଆରମ୍ଭ କରିବାରୁ ସ୍ଥାନୀୟ ବାସିନ୍ଦା ବିରୋଧ କରିବା ଦ୍ବାରା ସ୍ବର୍ଗତ ବିଜୁପଟ୍ଟନାୟକ ଏବେ ବ୍ୟବହୃତ ହେଉଥିବା ଖେଳ ପଡିଆ ଓ ମଶାଣି ଜମିକୁ କଳିଙ୍ଗ ଷ୍ଟାଡିୟମରେ ନ ମିଶାଇ ଗ୍ରାମ ବାସିନ୍ଦାଙ୍କୁ ବ୍ୟବହୃତ ନିମନ୍ତେ ଅନୁମତି ଦେଇଥିଲେ । କିନ୍ତୁ ବହୁ ବର୍ଷର ବ୍ୟବଧାନ ପରେ ଆଜି ପୁନଃ ସେହି ଘଟଣା ଦେଖିବାକୁ ମିଳିଛି l ସରକାର ଅନ୍ତର୍ଜାତୀୟ ହକି ଖେଳ ବାହାନାରେ ଉକ୍ତ ଜମିକୁ ହାତେଇବାରେ ଲାଗିଛନ୍ତି । ଗ୍ରାମବାସୀ କଳିଙ୍ଗ ଷ୍ଟାଡିୟମ ଓ ଅନ୍ତର୍ଜାତୀୟ ହକି ଖେଳକୁ ବିରୋଧ କରୁନାହାନ୍ତି କିନ୍ତୁ ନିଜ ଶ୍ମଶାନ ଓ ଖେଳ ପଡିଆରୁ ଇଞ୍ଚେ ବି କାହାକୁ ଦେବେ ନାହିଁ ବୋଲି ସ୍ପଷ୍ଟ କହିଛନ୍ତି l
ବିଭିନ୍ନ ସମସ୍ୟାକୁ ନେଇ ସାଂସଦଙ୍କ ନୟାପଲ୍ଲୀ ଗସ୍ତ - Sansad Aparajita
ଭୁବନେଶ୍ବର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ବସ୍ତି ବାସିନ୍ଦାଙ୍କ ସମସ୍ୟା ବୁଝିବା ସହ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି । ଅଧିକ ପଢନ୍ତୁ...
ବିଭିନ୍ନ ସମସ୍ଯାକୁ ନେଇ ସାଂସଦଙ୍କ ନୟାପଲ୍ଲୀ ଗସ୍ତ
ଏନେଇ ସେଠାକାର ବାସିନ୍ଦା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୋହଦୟାଙ୍କୁ ସମସ୍ୟା ବିଷୟରେ ଜଣାଇଥିଲେ । ଆଜି ସାଂସଦ ମହୋଦୟା ଏବଂ ମଧ୍ୟ ଭୁବନେଶ୍ୱର ବିଜେପି ନେତା ଜଗନ୍ନାଥ ପ୍ରଧାନ ଉକ୍ତ ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ସମସ୍ୟାର କିପରି ସମାଧାନ ହୋଇପାରିବ ଆଉ ଲୋକମାନେ ଉପକୃତ ହେବେ ସେନେଇ ରାଜ୍ୟ ସରକାରଙ୍କୁ ସାଂସଦ ଅନୁରୋଧ କରିଛନ୍ତି ଏବଂ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀଙ୍କୁ ଆଶ୍ୱାସନା ମଧ୍ୟ ଦେଇଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ