ଭୁବନେଶ୍ବର: ମୌସୁମୀ ଆସୁଛି ତେଣୁ, ସାରା ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ତାତିରୁ ମୁକ୍ତି ମିଳିବା ସହ ଏଥର ଠିକ ସମୟରେ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଚଳିତ ବର୍ଷ ସଠିକ୍ ସମୟରେ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଜୁନ୍ ୧ ତାରିଖରେ କେରଳ ଛୂଇଁବାର ସମ୍ଭାବନା ଦେଖା ଦେଉଥିବା ବେଳେ ଆସନ୍ତା ୧୫ ଓ ୩୦ ତାରିଖରେ ପାଣିପାଗ ବିଭାଗର ଆକଳନ ପରେ ସ୍ପଷ୍ଟ ଜଣାପଡ଼ିବ । ତେବେ କୃଷି ଓ କୃଷକ ପାଇଁ ଖୁସି ଖବର ।
ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ - ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଜୁନ୍ ୧ ତାରିଖରେ କେରଳ ଛୁଇଁବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...
ଜୁନ ପହିଲାରେ କେରଳ ଛୂଇଁବ ମୌସୁମୀ
କାଳବୈଶାଖୀ ପ୍ରଭାବରେ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ତାପମାତ୍ରା ୨ ରୁ ୩ ଡିଗ୍ରୀ କମିବ, ଉପକୂଳରେ ତାପମାତ୍ରା ସ୍ୱାଭାବିକ ରହିବ । ୧୧ ତାରିଖ ପରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
ଗତ ୨୪ ଘଣ୍ଟାରେ ଦାରିଙ୍ଗିବାଡିରେ ସର୍ବାଧିକ ୪୭.୦ ମି.ମି ବର୍ଷା ରେକର୍ଡ ହୋଇଛି । ଯୋଡ଼ାରେ ୪୧.୨ ମି.ମି, ଆଖୁଆପଦାରେ ୪୪.୦ ମି.ମି, ଚମ୍ପୁଆରେ ୩୩.୨ ମି.ମି ବର୍ଷା ରେକର୍ଡ ହୋଇଛି । ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୩୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ