ଓଡିଶା

odisha

ETV Bharat / city

୧୪ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି - ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ସତର୍କ ରହିବାକୁ ସୂଚନା ଦେଲା ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

୧୪ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି
୧୪ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

By

Published : Jun 28, 2022, 9:38 PM IST

ଭୁବନେଶ୍ବର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏହାସହିତ ମୌସୁମୀ ବାୟୁ ପ୍ରଭାବରୁ ମଧ୍ୟ ଅନେକ ସ୍ଥାନରେ ହାଲକା ଓ ମଧ୍ୟମଧରଣର ବର୍ଷା ହୋଇଛି। ତେଣୁ ମୌସୁମୀ ବାୟୁ ଛୁଇଁବା ପରଠାରୁ ରାଜ୍ୟରେ ସ୍ବାଭାବିକ ବର୍ଷା ଅନୁଭବ ହୋଇଛି ବୋଲି କହିଛି ପାଣିପାଗ ବିଭାଗ । ସେପଟେ ରାଜ୍ୟରେ କାଳବୈଶାଖୀ ସକ୍ରିୟ ଥିବାରୁ ରାଜ୍ୟର ୧୪ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୧୪ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି

ଅନ୍ଯପଟେ ପାଣିପାଗର ନିୟମକୁ ଦେଖିଲେ ବାୟୁ ମଣ୍ଡଳରେ ଏକ ନିମ୍ନ ଚାପରେଖା ସହ ଏକ ବାୟୁ ପ୍ରବାହ ରହୁଛି । ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ୨୯ ତାରିଖ ପରଠାରୁ ବର୍ଷାର ପରିମାଣ ବଢିବା ବୋଲି ଆକଳନ କରାଯାଇଛି । ତେବେ ଆସନ୍ତା ୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା ଗଜପତି, ଗଞ୍ଜାମ ଏବଂ ଓଡିଶାର ବାକି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details