ଭୁବନେଶ୍ବର: ଭାରତରେ 59 ଟି ଚାଇନା ଆପକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଉଛି। ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା । ସାରା ଦେଶରେ ଚାଇନା ଆପକୁ ବ୍ୟାନ କରାଯାଇଛି । ଏହାର ପ୍ରଭାବ ଚାଇନା ଆପ ବ୍ୟବହାରକାରୀଙ୍କ ଉପରେ ପଡିଛି। ଏନେଇ ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ ଭାରତର ରହିଥିବା ନିଜସ୍ବ ଆପକୁ ବ୍ୟବହାର କରିବା ସହିତ ଭାରତୀୟ ଆପକୁ ପ୍ରମୋଟ କରିବା ପାଇଁ ଲୋକମାନଙ୍କୁ ସଚେତନ କରିବା ଆବଶ୍ୟକତା ରହିଛି।
ଭାରତୀୟ ଆପ୍କୁ ଗୁରୁତ୍ୱ ଦେବା ଆବଶ୍ୟକ: ଆଇଟି ମନ୍ତ୍ରୀ - ଭାରତୀୟ ଆପ୍
ଭାରତ ସରକାର 59 ଟି ଚାଇନିଜ ଆପ ବନ୍ଦ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା । ଦେଶର ନିଜସ୍ବ ଆପକୁ ଗୁରୁତ୍ବ ଦେବାକୁ କହିଛନ୍ତି ତୁଷାର । ଅଧିକ ପଢନ୍ତୁ...
ଭାରତୀୟ ଆପ୍କୁ ଗୁରୁତ୍ୱ ଦେବା ଆବଶ୍ୟକ: ଆଇଟି ମନ୍ତ୍ରୀ
ଅନ୍ୟପଟେ ଚାଇନା ଆପକୁ ନେଇ ମଧ୍ୟ ବିକଳ୍ପ ଭାବରେ ପ୍ଲେ ଷ୍ଟୋରରେ ଆପ ଉପଲବ୍ଧ ରହିଛି । ଏଣୁ ଏ ସବୁ ବ୍ୟବହାର କରାଯାଇପାରିବ। ସୂଚନା ଅନୁଯାୟୀ, ଗତକାଲି ଭାରତ ସରକାର 59 ଚାଇନା ଆପକୁ ନେଇ ଭାରତରେ ସରକାର ବନ୍ଦ କରିଛନ୍ତି। ଟିକଟକ ଭଳି ଆପ୍ ମଧ୍ୟ ବନ୍ଦ କରାଯାଇଛି। ଏହି ସବୁ ଆପରୁ ତଥ୍ୟ ଚୋରିକୁ ନେଇ ସନ୍ଦେହ କରାଯାଉଥିବାରୁ ବନ୍ଦ କରିଦିଆଯାଇଛି। ତେଣୁ ଏହାକୁ ନେଇ ଯୁବପିଢି ମାନେ ମଧ୍ୟ ଏହି ସବୁ ଆପ୍ ବନ୍ଦକୁ ନେଇ ସ୍ୱାଗତ କରିଛନ୍ତି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ