ସୁବର୍ଣ୍ଣପୁରରେ 200 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଇଛି। 19 ଟି ଜିଲ୍ଲାରେ 21 ଟି କୋଭିଡ ହସ୍ପିଟାଲ ପ୍ରସ୍ତୁତ ହୋଇଥିବା ବେଳେ ରାଜ୍ୟରେ ସମସ୍ତ କୋଭିଡ ହସ୍ପିଟାଲରେ 3620ଟି ବେଡ଼ ରହିଛି।
ଓଡ଼ିଶା ଅପଡେଟ୍: ନିୟନ୍ତ୍ରଣରେ ରାଜ୍ୟ କୋରୋନା ସଂକ୍ରମଣ
20:40 April 15
କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ
20:40 April 15
ସଂକ୍ରମଣ ନିୟନ୍ତ୍ରଣ
ଓଡ଼ିଶାର ଲୋକଙ୍କ ପାଇଁ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି। ଅନ୍ୟ ରାଜ୍ୟ ତୁଳନାରେ କୋରୋନା ମୁକାବିଲାରେ ଓଡିଶାର ସ୍ଥିତି ନିୟନ୍ତ୍ରଣରେ ରହିଛି। ରାଜ୍ୟରେ 60 ଟି କୋଭିଡ-19 କେସ୍ ରହିଛି। ସେଥିମଧ୍ୟରୁ 18 ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଏବଂ 5500 ଜଣଙ୍କୁ ଟେଷ୍ଟ କରାଯାଇଛି ।
10:22 April 15
7 ଆଇଏଏସଙ୍କୁ ଦାୟିତ୍ବ
ଭୁବନେଶ୍ବର:କୋଭିଡ 19 ପାଇଁ ଚିନ୍ତାରେ ଭୁବନେଶ୍ୱର। ଏନେଇ ଏକ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ବଛା ବଛା ଆଇଏଏସ ଙ୍କୁ ଦାୟିତ୍ୱ ଦିଆଯାଇଛି। 7 ଜଣ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଛି। ଭୁବନେଶ୍ୱର ମହାନଗର ନିଗମର ଉତ୍ତର ଜୋନ ପାଇଁ ଏସି, ଏସଟି ବିଭାଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା, ଶକ୍ତି ସଚିବ ବିଷ୍ଣୁପଦ ସେଠୀ ଙ୍କୁ ଦାୟିତ୍ବ ଦିଆଯାଇଛି। ସେହିପରି ଦକ୍ଷିଣ ଓ ପୂର୍ବ ଜୋନ ପାଇଁ ଅବକାରୀ ସଚିବ ସୁଶୀଲ ଲୋହାନି ଓ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ଦକ୍ଷିଣ ଓ ପଶ୍ଚିମ ଜୋନ ପାଇଁ ଅର୍ଥ ସଚିବ ଅଶୋକ ମୀନା, ସାମଜିକ ସୁରକ୍ଷା ବିଭାଗ ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି।