ଓଡିଶା

odisha

ETV Bharat / city

ଏଥର ରାଜଧାନୀରେ ଉଡିବ ହର୍ବାଲ ରଙ୍ଗର ହୋଲି

ଆସନ୍ତା 8 ତାରିଖରେ ରଙ୍ଗର ପର୍ବ ହୋଲି । ଆଉ ଏଥର ରାଜଧାନୀରେ ଖେଳାଯିବ ହର୍ବାଲ ରଙ୍ଗ । ଅଧିକ ଖବର ପଢନ୍ତୁ...

ଏଥର ରାଜଧାନୀରେ ଉଡିବ ହର୍ବାଲ ରଙ୍ଗର ହୋଲି
ଏଥର ରାଜଧାନୀରେ ଉଡିବ ହର୍ବାଲ ରଙ୍ଗର ହୋଲି

By

Published : Mar 7, 2020, 3:44 AM IST

ଭୁବନେଶ୍ବର: ଆସନ୍ତା 8 ତାରିଖରେ ରଙ୍ଗର ପର୍ବ ହୋଲି । ଆଉ ଏଥର ରାଜଧାନୀରେ ଖେଳାଯିବ ହର୍ବାଲ ରଙ୍ଗ । ଦୀର୍ଘ 8 ବର୍ଷ ଧରି ହର୍ବାଲ ରଙ୍ଗରେ ହୋଲି ଆୟୋଜନ କରି ଆସୁଥିବା ଏକ ଫାଉଣ୍ଡେସନ ନବମ ବର୍ଷରେ ଏହାକୁ ବେଶ ଧୁମଧାମ ରେ ପାଳନ କରିବାକୁ ଯାଉଛି ।

ଶୁକ୍ରବାର ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଫାଉଣ୍ଡେସନର ମୁଖ୍ୟଟ୍ରଷ୍ଟି କୁହନ୍ତି ଯେ, ଏବେର ବଜାରରେ ମିଳୁଥିବା ରଙ୍ଗ ବେଶ କ୍ଷତିକାରକ । ଏଥିରେ ଅନେକ ପରିମାଣର ରାସାୟନିକ ପଦାର୍ଥ ଥିବାରୁ ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ।

ଏଥର ରାଜଧାନୀରେ ଉଡିବ ହର୍ବାଲ ରଙ୍ଗର ହୋଲି

ତେଣୁ ଲୋକମାନଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ସେ କହିଛନ୍ତି । ଏହି ଅବସରରେ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ କେତେକ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଚଳିତବର୍ଷ ଏହା ଏକ ହୋଟେଲ ପରିସରରେ ଆସନ୍ତା 8 ତାରିଖରେ ଆୟୋଜନ କରାଯିବ । ଏଥିରେ ସମ୍ପୂର୍ଣ୍ଣ ପ୍ରାକୃତିକ ରଙ୍ଗ ଯଥା ହଳଦୀ, ଟମାଟୋ ଆଦି ରୁ ପ୍ରସ୍ତୁତ ରଙ୍ଗରେ ଖେଳାଯିବ ହୋଲି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details