ଓଡିଶା

odisha

ETV Bharat / city

ହଂସପାଳରେ ଫ୍ଲାଏଓଭର ବ୍ରିଜର ଭୂମି ପୂଜନ, 18 ମାସରେ ହେବ କାର୍ଯ୍ୟ ଶେଷ

ଦୀର୍ଘଦିନର ପ୍ରତିକ୍ଷାର ଅନ୍ତ ଘଟିବାକୁ ଯାଉଛି । କାରଣ ଭୁବନେଶ୍ବରର ହଂସପାଳରେ ନିର୍ମାଣ ହେବାକୁ ଯାଉଛି ଫ୍ଲାଏଓଭର ବ୍ରିଜ । ଏନେଇ ଆଜି ଭୂମି ପୂଜନ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅଧିକ ପଢନ୍ତୁ..

the-ground-breaking-flyover-at-hanspal
the-ground-breaking-flyover-at-hanspal

By

Published : Jun 8, 2020, 6:24 PM IST

ଭୁବନେଶ୍ବର: ପୂରଣ ହେବ ଭୁବନେଶ୍ବର ବାସୀଙ୍କ ବହୁତ ଦିନର ଦୁଃଖ। ଅଯଥାରେ ଦୁର୍ଘଟଣା ଘଟି ଯିବ ନାହିଁ ଜୀବନ। କାରଣ ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ହଂସପାଳ ଠାରେ ଫ୍ଲାଇ ଓଭର ବ୍ରିଜ। ଯାହାର ଆଜି ଭୂମି ପୂଜନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ହଂସପାଳରେ ଫ୍ଲାଇ ଓଭର ବ୍ରିଜର ଭୂମି ପୂଜନ, 18 ମାସ ରେ ହେବ କାର୍ଯ୍ୟ ଶେଷ

24 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଯାଉଥିବା ଏହି ବ୍ରିଜର କାର୍ଯ୍ୟ ଆଜି ଠାରୁ ଆରମ୍ଭ ହୋଇଥିବା କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହା ସହିତ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଆର୍ଥତ୍ 18 ମାସ ମଧ୍ୟରେ ବ୍ରିଜ କାର୍ଯ୍ୟ ଶେଷ କରିବାର ଲକ୍ଷ୍ୟ ରଖାଯାଇଛି। ଏହାର ଟେଣ୍ଡର କାର୍ଯ୍ୟ ସରିଥିବାବେଳେ NHAI ର ତତ୍ବାବଧାନରେ କେନ୍ଦ୍ରୀୟ ସ୍ଥଳପଥ ମନ୍ତ୍ରଣାଳୟର ଅନୁମୋଦନର ଆର୍ଥିକ ସହାୟତାରେ ଏହାର କାର୍ଯ୍ୟ ଆରମ୍ଭ ହୋଇଛି।

ଆଜିର ଏହି ଶୁଭ ଅବସରରେ NHAIର କର୍ମକର୍ତ୍ତା ଓ ସ୍ଥାନୀୟ ଅଞ୍ଚଳର ବାସିନ୍ଦାଙ୍କ ସହ ସାଂସଦ ଅପରାଜିତା ଷଢଙ୍ଗୀ ଯୋଗଦେଇ ଏହି କାର୍ଯ୍ୟର ଶୀଘ୍ର ସମାପନ ନେଇ ଆଶାପୋଷଣ କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details