ଭୁବନେଶ୍ୱର: ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା ହୋଇଥିଲା । ଯେଉଁଥିରେ ଚଳିତ ବର୍ଷ ଯୁକ୍ତ 3 ଓ ପିଜିର କେତେକ ସେମିଷ୍ଟାର ପରୀକ୍ଷା ନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଯାହାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବିରୋଧ କରାଯାଇଛି ।
ପରୀକ୍ଷା ନ କରିବା ନିଷ୍ପତ୍ତିର ପୁନଃବିଚାର କରନ୍ତୁ ସରକାର: ଏବିଭିପି - ABVP
ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା ହୋଇଥିଲା । ଯେଉଁଥିରେ ଚଳିତ ବର୍ଷ ଯୁକ୍ତ-3 ଓ ସ୍ନାତକତ୍ତୋର କେତେକ ସେମିଷ୍ଟାର ପରୀକ୍ଷା ନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଯାହାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବିରୋଧ କରାଯାଇଛି । ଅଧିକ ପଢନ୍ତୁ...
ଏନେଇ ସଂଗଠନ ପକ୍ଷରୁ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ପ୍ରଦର୍ଶନ କରାଯିବା ସହ ଏହା ଦ୍ୱାରା ସରକାର ଛାତ୍ରଛାତ୍ରୀମାନଙ୍କ ବୌଦ୍ଧିକ ବିକାଶକୁ ନିରୁତ୍ସାହିତ କରୁଥିବା କହିଛନ୍ତି । ପରୀକ୍ଷା କରିବା ପାଇଁ ଅନେକ ବିକଳ୍ପ ବ୍ୟବସ୍ଥା ଥିବାବେଳେ ସରକାର ସେଥିପ୍ରତି ବିଚାର ନ କରି ପିଲାମାନଙ୍କ ଭବିଷ୍ୟତ ସହିତ ଖେଳୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସଂଗଠନର ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ।
ତେଣୁ ସରକାର ନିଜ ନିଷ୍ପତ୍ତିର ପୁନଃ ବିଚାର କରି ଭବିଷ୍ୟତର ଉତ୍ତମ ନାଗରିକ ଓ ନୀତି ନିର୍ଧାରକ ତିଆରି କରିବା ପାଇଁ କାର୍ଯ୍ୟ କରନ୍ତୁ ବୋଲି କୁହାଯାଇଛି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ