ଓଡିଶା

odisha

ETV Bharat / city

‘2ଟି ଲହର ଅଭିଜ୍ଞତା, 3ୟ ଲହର ମୁକାବିଲାରେ ସହାୟକ ହେବ’ - କୋଭିଡ ତୃତୀୟ ଲହର

3ୟ ଲହର ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା । ଲୋକମାନଙ୍କ ସ୍ବାସ୍ଥ୍ୟ ହିଁ ଆମର ମୂଳ ଦାୟୀତ୍ବ । ଅଧିକ ପଢନ୍ତୁ...

2ୟ ଲହର ଅଭିଜ୍ଞତା 3ୟ ଲହର ମୁକାବିଲାରେ ସହାୟକ ହେବ, ଲୋକଙ୍କ ସ୍ବାସ୍ଥ୍ୟ ସର୍ବାଧିକ ପ୍ରାଥମିକତା: ମୁଖ୍ୟମନ୍ତ୍ରୀ
2ୟ ଲହର ଅଭିଜ୍ଞତା 3ୟ ଲହର ମୁକାବିଲାରେ ସହାୟକ ହେବ, ଲୋକଙ୍କ ସ୍ବାସ୍ଥ୍ୟ ସର୍ବାଧିକ ପ୍ରାଥମିକତା: ମୁଖ୍ୟମନ୍ତ୍ରୀ

By

Published : Jun 25, 2021, 10:43 PM IST

ଭୁବନେଶ୍ବର:ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ପାଇଁ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ହେଉଛି ସର୍ବାଧିକ ପ୍ରାଥମିକତା । ଜଣେ ବି କୋଭିଡ ରୋଗୀ ଯେପରି ସ୍ବାସ୍ଥ୍ୟସେବାରୁ ବଞ୍ଚିତ ନ ହୁଅନ୍ତି, ସେ ଦିଗରେ ଆମେ କାମ କରୁଛୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ସମସ୍ତ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡୀ କର୍ମୀ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କରୋନାର ପ୍ରଥମ ଓ ଦ୍ବିତୀୟ ଲହରରୁ ଆମେ ଅନେକ ଅଭିଜ୍ଞତା ପାଇଛୁ । ତୃତୀୟ ଲହରର ମୁକାବିଲାରେ ତାହା ଆମ ପାଇଁ ନିଶ୍ଚୟ ସହାୟକ ହେବ । ଏହାସହିତ ଭିତ୍ତିଭୂମି କ୍ଷେତ୍ରରେ ଯେଉଁ କାମ ହେଉଛି, ତାହା ଦ୍ବାରା କୋଭିଡ ବିରୁଦ୍ଧରେ ଆମର ଲଢେଇ ଆହୁରି ମଜବୁତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହାସହ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ରାଜ୍ୟର ସମସ୍ତ ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ ସହ 3ୟ ଲହରର ମୁକାବିଲା ପାଇଁ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମିର ଲୋକାର୍ପଣ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details