ଓଡିଶା

odisha

ETV Bharat / city

5T ଛାଟ, ଦାୟିତ୍ବହୀନତା ପାଇଁ ଜିଲ୍ଲା ଶିଳ୍ପକେନ୍ଦ୍ର IPO ନିଲମ୍ବିତ - balasore district news

ବାଲେଶ୍ବରରେ ଅଧିକାରୀଙ୍କୁ 5T ଛାଟ। କାର୍ଯ୍ୟରେ ଦାୟିତ୍ବହୀନତା ପାଇଁ ନିଲମ୍ବିତ ହେଲେ ଜିଲ୍ଲା ଶିଳ୍ପ କେନ୍ଦ୍ରର IPO । ଅଧିକ ପଢନ୍ତୁ...

ଅଧିକାରୀଙ୍କୁ 5T ଛାଟ, ଦାୟିତ୍ବହୀନତା ପାଇଁ ନିଲମ୍ବିତ ହେଲେ ଜିଲ୍ଲା ଶିଳ୍ପକେନ୍ଦ୍ର PEO
ଅଧିକାରୀଙ୍କୁ 5T ଛାଟ, ଦାୟିତ୍ବହୀନତା ପାଇଁ ନିଲମ୍ବିତ ହେଲେ ଜିଲ୍ଲା ଶିଳ୍ପକେନ୍ଦ୍ର PEO

By

Published : Aug 16, 2021, 7:01 PM IST

Updated : Aug 16, 2021, 7:47 PM IST

ବାଲେଶ୍ବର: କାର୍ଯ୍ୟରେ ବିଳମ୍ବ ଅଭିଯୋଗରେ ଅଧିକାରୀଙ୍କୁ 5ଟି ଛାଟ। ବାଲେଶ୍ବର ଜିଲ୍ଲା ଶିଳ୍ପକେନ୍ଦ୍ର (DIC)ରେ କାର୍ଯ୍ୟରତ ଥିବା IPO ଆଲୋକ ରଞ୍ଜନ ନାୟକଙ୍କୁ ଦାୟିତ୍ବରେ ଅବହେଳା ପ୍ରଦର୍ଶନ କରିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

ଘଟଣାକୁ ନେଇ ହୋଇଥିବା ଅଭିଯୋଗ ଅନୁସାରେ, ଖଇରା ଅଞ୍ଚଳର ଜଣେ ବ୍ୟକ୍ତି ‘ଫ୍ଲାଇ ଆସ ବ୍ରିକ୍’ ଫ୍ୟାକ୍ଟ୍ରି ନିର୍ମାଣ ପାଇଁ DIC ସହାୟତାରେ 25 ଲକ୍ଷ ଟଙ୍କା ଋଣ ନେଇଥିଲେ । ହେଲେ ହିତାଧିକାରୀ ଜଣକ ନେଇଥିବା ଲୋନରେ ସବସିଡି ପାଇବାରେ ବିଳମ୍ବ ହୋଇଥିଲା । ଏନେଇ ସେ 5Tରେ ଅଭିଯୋଗ କରିଥିଲେ। ଯାହାକୁ ନେଇ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ ପରେ ଅଧିକାରୀଜଣଙ୍କ କାର୍ଯ୍ୟରେ ଦାୟିତ୍ବହୀନତା ପ୍ରଦର୍ଶନ କରିଥିବାର ପ୍ରମାଣ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ସ୍ବରୁପ ନିଲମ୍ବନ କରାଯାଇଥିବା ସୂଚନା ରହିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Aug 16, 2021, 7:47 PM IST

ABOUT THE AUTHOR

...view details