ଓଡିଶା

odisha

ETV Bharat / city

ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ବ୍ୟବସାୟକୁ ୧୦୦୦ କୋଟିରେ ପହଞ୍ଚାଇବାକୁ ନିଷ୍ପତ୍ତି

ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବିଟୁମିନ୍‌ ବ୍ୟବସାୟରେ ତ୍ବରିତ ଅଭିବୃଦ୍ଧି ଆଣିବା ପାଇଁ ମଧ୍ୟ ପୂର୍ତ୍ତ ସଚିବ କିଷନ୍‌ କୁମାର ଏବଂ ଅନ୍ୟ ଅଧିକାରୀମାନଙ୍କ ସହ MSME ପ୍ରମୁଖ ଶାସନ ସଚିବ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

By

Published : Jun 11, 2021, 6:25 AM IST

ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟକୁ ୧୦୦୦ କୋଟି ଟଙ୍କାରେ ପହଞ୍ଚାଇବାକୁ ନିଷ୍ପତ୍ତି
ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟକୁ ୧୦୦୦ କୋଟି ଟଙ୍କାରେ ପହଞ୍ଚାଇବାକୁ ନିଷ୍ପତ୍ତି

ଭୁବନେଶ୍ବର: MSME ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟ ଓ କାର୍ଯ୍ୟକାରିତା ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ବ୍ୟବସାୟର ଗୁଣାତ୍ମକ ଅଭିବୃଦ୍ଧିକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ବିଭାଗ ପକ୍ଷରୁ ଯାହାସବୁ ସହଯୋଗ ଆବଶ୍ୟକ ତାହା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଭାଗୀୟ ପ୍ରମୁଖ ଶାସନ ସଚିବ ।

ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟକୁ ୧୦୦୦ କୋଟି ଟଙ୍କାରେ ପହଞ୍ଚାଇବାକୁ ନିଷ୍ପତ୍ତି

ନିଗମର ବିଟୁମିନ୍‌ ବ୍ୟବସାୟରେ ତ୍ବରିତ ଅଭିବୃଦ୍ଧି ଆଣିବା ପାଇଁ ମଧ୍ୟ ପୂର୍ତ୍ତ ସଚିବ କିଷନ୍‌ କୁମାର ଏବଂ ଅନ୍ୟ ଅଧିକାରୀମାନଙ୍କ ସହ ଏମଏସଏମଇ ପ୍ରମୁଖ ଶାସନ ସଚିବ ଆଲୋଚନା କରିଛନ୍ତି । ବର୍ତ୍ତମାନ ବିଟୁମିନ୍‌ ବ୍ୟବସାୟ ପ୍ରାୟ ୨୦ କୋଟି ଟଙ୍କା ଥିବାବେଳେ ଏହାକୁ ୧୫୦ କୋଟି ଟଙ୍କାରେ ପହଞ୍ଚାଇବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । କୃଷି ନିର୍ଦ୍ଦେଶକ ମୁଥୁକୁମାରଙ୍କ ସହ ଭର୍ଚୁଆଲ୍‌ ମାଧ୍ୟମରେ କଥା ହୋଇ ନିଗମକୁ ରାଜ୍ୟରେ ଆବଶ୍ୟକ ହେଉଥିବା କୃଷି ଯନ୍ତ୍ରପାତିର ଅନ୍ତତଃ ପକ୍ଷେ ୨୫ ପ୍ରତିଶତ କ୍ଷୁଦ୍ର ଶିଳ୍ପ ନିଗମ ଜରିଆରେ ଯୋଗାଇଦେବା ପାଇଁ ଅନୁରୋଧ କରିଛନ୍ତି । ଏହାଦ୍ବାରା କୃଷି ଯନ୍ତ୍ରପାତିରେ ନିଗମ ପ୍ରାୟ ୫୦ କୋଟି ଟଙ୍କାର ବ୍ୟବସାୟ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।

ଓଡ଼ିଶାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ଏବଂ ସେମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ଗୁଡ଼ିକୁ ବିକ୍ରୀ କରାଇବା ପାଇଁ ପ୍ରାଥମିକତା ଦେବା ସହ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ବ୍ୟବସାୟକୁ ଆସନ୍ତା ଆର୍ଥିକ ବର୍ଷ ସୁଦ୍ଧା ୧୦୦୦ କୋଟି ଟଙ୍କାରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଯୋଜନାକୁ ଫଳପ୍ରଦ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ଚଳିତବର୍ଷ ନିଗମ ପାଇଁ ସରକାର ବଜେଟ୍‌ରେ ଆର୍ଥିକ ବ୍ୟବସ୍ଥା କରିଛନ୍ତି । ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରାୟ ୬୧୫ କୋଟି ଟଙ୍କାର ବ୍ୟବସାୟ ସର୍ବକାଳୀନ ରେକର୍ଡ କରିଛି । ଯାହାକି ପୂର୍ବବର୍ଷ ତୁଳନାରେ ପ୍ରାୟ ୧୭% ଅଧିକ ।

ଏମଏସଏମଇ ଶିଳ୍ପମାନଙ୍କ ଦ୍ବାରା ପ୍ରସ୍ତୁତ ହେଉଥିବା ସାମଗ୍ରୀର ମାନ ବୃଦ୍ଧି ତଥା ବ୍ୟବସାୟର ଅଭିବୃଦ୍ଧି ପାଇଁ ଏକ ପ୍ଲାଟଫର୍ମ ଯୋଗାଇବା ପାଇଁ ନିଗମର ଆଗାମୀ ଯୋଜନା ବୋଲି ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ କହିଛନ୍ତି । ସମୀକ୍ଷା ବୈଠକରେ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ ଆଲାମ୍‌, ଏମ୍‌ଏସ୍‌ଏମ୍‌ଇ ବିଭାଗ ଅତିରିକ୍ତ ସଚିବ ଉଦୟନାରାୟଣ ଦାସ, ସ୍ବତନ୍ତ୍ର ସଚିବ ମନ୍ମଥ ବିଶ୍ବାଳ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ସାହାଣି ଏବଂ ନିଗମର ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details