ଭୁବନେଶ୍ବର: ବାରମ୍ବାର ନିଜର ଗତିପଥ ବଦଳାଉଛି ବାତ୍ୟା 'ଫନି' । ଜେଟିଡବ୍ଲ୍ୟୁସିର ବର୍ତ୍ତମାନର ସୂଚନା ଅନୁସାରେ ଏହା ଓଡିଶା ଆଡକୁ ମାଡି ଆସୁଛି । ମେ’ 3 ତାରିଖ ମଧ୍ୟାହ୍ନରେ ଭୟଙ୍କର ଘୂର୍ଣ୍ଣିଝଡ ଫନି ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଉଛି ।
ଗତିପଥ ବଦଳାଉଛି ଫନି, ମେ’ 3ରେ ଛୁଇଁପାରେ ସ୍ଥଳଭାଗ
ବାରମ୍ବାର ନିଜର ଗତିପଥ ବଦଳାଉଛି ବାତ୍ୟା 'ଫନି' । ତେବେ ମେ 3ରେ ସ୍ଥଳଭାଗ ଛୁଇଁବ ବାତ୍ୟା ଫନି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ଉଦୟଗିରି ନିକଟରେ ଏହା ସ୍ଥଳଭାଗ ଛୁଇଁବ। ସେହି ସମୟରେ ପବନର ବେଗ ଘଣ୍ଟା ପ୍ରତି 185 କିମି ରହିବ। ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର, ମୟୁରଭଞ୍ଜ ଦେଇ ପଶ୍ଚିମବଙ୍ଗ ଯିବ। ଏନେଇ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ