ଭୁବନେଶ୍ବର: ନାୟାଗଡ ନାବାଳିକା ହତ୍ୟାକାଣ୍ଡର ଅଭିଯୁକ୍ତ ବୟସକୁ ନେଇ ବିବାଦ ଉପୁଜିଥିବାବେଳେ ଏସଆଇଟି ଟିମ ରଖିଛି ପ୍ରାମାଣିକ ତଥ୍ଯ । ଜଘନ୍ଯ ଅପରାଧରେ ସାମିଲ ଥିବା ୧୬ ରୁ ୧୮ ବର୍ଷ ନାବାଳକକୁ ସାବାଳକ ଅପରାଧି ଭାବେ ବିବେଚିତ କରାଯିବ । ଯାହା ଦିଲ୍ଲୀ ନିର୍ଭୟା ହତ୍ଯାକାଣ୍ଡ ମାମଲାରେ ବିବେଚିତ କରାଯାଇଥିଲା । ଏନେଇ ନୟାଗଡ ଜେଜେବି କୋର୍ଟ ଅଭିଯୁକ୍ତକୁ ନାବାଳକ ଭାବେ ବିବେଚିତ କରି ନାର୍କୋ ଟେଷ୍ଟ ପାଇଁ ମନା କରିଥିଲେ ମଧ୍ଯ ଅଭିଯୁକ୍ତକୁ ସାବାଳକ ଭାବେ ବିବେଚିତ କରି ତଦନ୍ତ କରିବ ବୋଲି ଏସଆଇଟି ସୂଚନା ଦେଇଛିି ।
ପରୀ ହତ୍ଯାକାରୀର ହେବନି ନାର୍କୋ ଟେଷ୍ଟ, ନାବାଳକ ଯୋଗୁଁ ଖାରଜ କଲେ କୋର୍ଟ
ନାୟାଗଡ ନାବାଳିକା ହତ୍ୟାକାଣ୍ଡର ଅଭିଯୁକ୍ତ ବୟସକୁ ନେଇ ବିବାଦ ଉପୁଜିଥିବାବେଳେ ଏସଆଇଟି ଟିମ ରଖିଛି ପ୍ରାମାଣିକ ତଥ୍ଯ । ଜଘନ୍ଯ ଅପରାଧରେ ସାମିଲ ଥିବା ୧୬ରୁ ୧୮ ବର୍ଷ ନାବାଳକକୁ ସାବାଳକ ଅପରାଧି ଭାବେ ବିବେଚିତ କରାଯିବ ବୋଲି କହିଛି ଏସଆଇଟି । ଅଧିକ ପଢନ୍ତୁ...
ତେବେ ମାଟ୍ରିକ ସାର୍ଟିଫିକେଟ ଓ ଜନ୍ମଗତ ପ୍ରମାଣପତ୍ର ଜରିଆରେ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ ଅଭିଯୁକ୍ତର ପରିବାର । ଯାହାକୁ ନେଇ ଏସଆଇଟି ତଦନ୍ତକୁ ନେଇ ଚ୍ଯାଲେଞ୍ଜ କରିବାକୁ ନାବାଳକ ଦର୍ଶାଇବାକୁ କୋର୍ଟରେ କରିଥିଲେ ଆବେଦନ । ଯେହେତୁ ଗିରଫ ପରେ ଅଭିଯୁକ୍ତକୁ ପକ୍ସୋ କୋର୍ଟରେ ଅନୁମତି କ୍ରମେ ୩ ଦିନିଆ ରିମାଣ୍ଡରେ ନେଇଥିଲା ଏସଆଇଟି ଟିମ, ଯାହା ଫଳରେ ଅନେକ ପ୍ରମାଣ ରିମାଣ୍ଡ ସମୟରେ ମିଳିଥିଲା । ଯାହା ଏହି ତଦନ୍ତର ଏକ ମୁଖ୍ୟ ପ୍ରମାଣ ବୋଲି କହିଛି ଏସଆଇଟି । ଏହାକୁ ଆଭିଡେନସ ଆକ୍ଟ ଜରିଆରେ କୋର୍ଟରେ ଉପସ୍ଥାପିତ କରାଯାଇପାରିବ ବୋଲି ସୂଚାଇଛି ଏସଆଇଟି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ