ଭୁବନେଶ୍ବର:ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବହିଷ୍କାର ଦାବି କଲା କଂଗ୍ରେସ। ବିଭିନ୍ନ ଯୋଜନାରେ ଓ ପୁରଷ୍କାରକୁ ନେଇ ମନ୍ତ୍ରୀ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ କରିଛି କଂଗ୍ରେସ । କମିଟିର ବରିଷ୍ଠ ନେତା ପଦ୍ମାକର ଗୁରୁ ଓ ମହିଳା କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର ମନ୍ତ୍ରୀଙ୍କୁ ବିରୋଧ କରି ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଦାବି କରିଛନ୍ତି । ଏହାକୁ ନେଇ ମଙ୍ଗଳବାର କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ଲୋକାୟୁକ୍ତଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବ ବୋଲି କଂଗ୍ରେସ କହିଛି ।
ବହୁ ଦିବ୍ୟାଙ୍ଗ ଅନୁଷ୍ଠାନରେ ବ୍ୟାପକ ଅର୍ଥ ଦେବା, ପିଲା ନଥାଇ ଅନୁଷ୍ଠାନରେ ପିଲା ଦେଖାଇ ଅର୍ଥ ହରିଲୁଟ ଓ ଦିବ୍ୟାଙ୍ଗ ଭାଇଭଉଣୀଙ୍କ ଅଭିଯୋଗର ମନ୍ତ୍ରୀ ଅଶୋକ ପଣ୍ଡା ଆଦୌ କର୍ଣ୍ଣପାତ କରିନଥିବା ଅର୍ଥ ହେର ଫେରର ଅଡିଟ ନ କରିବା ଆଦି ଅଭିଯୋଗ ହୋଇଛି ।