ଓଡିଶା

odisha

ETV Bharat / city

ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ - ବରମୁଣ୍ଡା ବସଷ୍ଟାଣ୍ଡ

ବରମୁଣ୍ଡା ବସଷ୍ଟାଣ୍ଡ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନ ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ କାର୍ଯ୍ୟ ଜାରି ରହିଛି । ଅଧିକ ପଢ଼ନ୍ତୁ...

The Chief Minister reviewed the bus stand renovation work at baramunda
ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

By

Published : Dec 10, 2020, 5:40 PM IST

Updated : Dec 10, 2020, 10:58 PM IST

ଭୁବନେଶ୍ବର: ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣ କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ ପରେ ଯାତ୍ରୀମାନେ ଅତ୍ୟାଧୁନିକ ସୁବିଧା ପାଇପାରିବେ। ପ୍ରାୟ ୧୮୦ କୋଟି ଟଙ୍କା ବ୍ୟୟରେ ନବୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ବସଷ୍ଟାଣ୍ଡ ପରିଦର୍ଶନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, "180 କୋଟି ଟଙ୍କା ବ୍ୟୟ ଅଟକଳରେ ବରମୁଣ୍ଡା ଆନ୍ତଃରାଜ୍ୟ ବସ ଟର୍ମିନାଲ କାର୍ଯ୍ୟ ହେଉଛି। 18 ମାସ ମଧ୍ୟରେ ଏହି ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ନିଶ୍ଚିତ ଭାବରେ ରାଜଧାନୀ ଭୁବନେଶ୍ବର ପାଇଁ ଏକ ନୂଆ ମାଇଲ ଖୁଣ୍ଟ ହେବ।"

ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ବରମୁଣ୍ଡା ବସଷ୍ଟାଣ୍ଡରେ ଅତ୍ୟାଧୁନିକ ସୁବିଧା

କୋଲକାତାର ଘରୋଇ କମ୍ପାନୀ ବ୍ରିଜ ଆଣ୍ଡ ରୁଫକୁ ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣ ଦାୟିତ୍ବ ଦିଆଯାଇଛି। ଏହାକୁ ନେଇ ଭୁବନେଶ୍ବର ଉନ୍ନୟନ ନିଗମ ଓ ବ୍ରିଜ ଆଣ୍ଡ ରୁଫ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ବରମୁଣ୍ଡା ବସଷ୍ଟାଣ୍ଡରେ ବହୁତଳ ପାର୍କିଙ୍ଗ ବ୍ୟବସ୍ଥା ରହିବ। ଏହାସହ ନବୀକରଣରେ ପରେ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ବସ ଏଠାରେ ରହିପାରିବ। ଏହାସହ ଏକଳାଳୀନ ୪୫ଟି ବସ ଷ୍ଟାଣ୍ଡରୁ ଛାଡ଼ିପାରିବ।

ବରମୁଣ୍ଡା ବସ ଟର୍ମିନାଲର 3ଡି ଭିଡିଓ

ଅତ୍ୟାଧୁନିକ ବସଷ୍ଟାଣ୍ଡର ତଳ ମହଲାରେ କାର ପାର୍କିଙ୍ଗ, ମଧ୍ୟମ ମହଲାରେ ବ୍ୟବସାୟିକ ପ୍ରତିଷ୍ଠାନ, ଶୌଚାଳୟ, କେଫେ ରହିବ ଏବଂ ଉପର ମହଲାରେ ପ୍ରଶାସନିକ ବିଲ୍ଡିଂ ବ୍ୟବସ୍ଥା ରହିବ। ବରମୁଣ୍ଡା ବସଷ୍ଟାଣ୍ଡଠାରୁ ଅନତି ଦୂରରେ ଏକ ଆଇଡିଲ ବସ ପାର୍କିଂ ବ୍ୟବସ୍ଥା ରହିବ। ଏଠାରେ ଏକା ସାଙ୍ଗରେ ୫୦୦ ବସ ହଲଟ କରି ପାରିବେ ।

ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ସବୁଠାରୁ ବ୍ୟସ୍ତବହୁଳ ବସଷ୍ଟାଣ୍ଡ

ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡ ରାଜ୍ୟର ସବୁଠାରୁ ବ୍ୟସ୍ତବହୁଳ ବସଷ୍ଟାଣ୍ଡ। ରାଜ୍ୟର ବିଭିନ୍ନ ସ୍ଥାନକୁ ଏଠାରୁ ବସ୍‌ ପ୍ରାୟ ୫୦୦୦ ବସ ଚଳାଚଳ କରିଥାଏ, ପ୍ରତିଦିନ ୨୦ ହଜାର ହଜାର ଯାତ୍ରୀ ମଧ୍ୟ ପ୍ରତିଦିନ ବିଭିନ୍ନ ସ୍ଥାନକୁ ବସ ଯୋଗେ ଯିବାଆସିବା କରନ୍ତି। ତେଣୁ ଏହାକୁ ଏକ ଅତ୍ୟାଧୁନିକ ରୂପ ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ କାମ ଆରମ୍ଭ ହୋଇଛି । ଗୁରୁବାର ବରମୁଣ୍ଡା ଆନ୍ତଃରାଜ୍ୟ ବସ ଟର୍ମିନାଲର ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ଏହି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ।

ଏହି ପ୍ରକଳ୍ପ ଦୁଇଟି ଭାଗ ରହିଛି ଗୋଟିଏ ଖଣ୍ଡଗିରିସ୍ଥ ବସ ଡିପୋ ଏବଂ ଅନ୍ୟଟି ବରମୁଣ୍ଡା ଆନ୍ତଃରାଜ୍ୟ ବସ ଟର୍ମିନାଲ। ଖଣ୍ଡଗିରି ବସ ଡିପୋ କାର୍ଯ୍ୟ ଶେଷ ହୋଇଛି। ବରମୁଣ୍ଡା ଆନ୍ତଃରାଜ୍ୟ ବସ ଟର୍ମିନାଲକୁ ପୂର୍ବ ଭାରତର ପ୍ରମୁଖ ବସ ଟର୍ମିନାଲ ଭାବରେ ଗଢି ତୋଳିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଅତ୍ୟାଧୁନିକ ଡିଜାଇନ ସହିତ ଯାତ୍ରୀମାନଙ୍କର ସୁବିଧା ସୁଯୋଗ, ବସମାନଙ୍କର ପ୍ରସସ୍ଥ ପ୍ରବେଶ ଓ ପ୍ରସ୍ଥାନ ତଥା ବାଣିଜ୍ୟିକ ସ୍ଥାନ ଆଦି ଉପରେ ଏଥିରେ ଗୁରୁତ୍ବ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ଆଜି(ଗୁରୁବାର) ବରମୁଣ୍ଡା ନବୀକରଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଉନ୍ନତ ନିର୍ମାଣ କାର୍ଯ୍ୟ ସହିତ ବସ ରହିବାର ସୁବ୍ୟବସ୍ଥା ହୋଇଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ ଉପସ୍ଥିତ ରହି ନବୀକରଣ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହାସହ ଏହି ଗସ୍ତରେ 5ଟି ସଚିବ ଭିକେ ପାଣ୍ଡିଆନଙ୍କ ସହ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Dec 10, 2020, 10:58 PM IST

ABOUT THE AUTHOR

...view details