ଓଡିଶା

odisha

ETV Bharat / city

ନରମିଲା ସେସୁ, ବଦଳାଇଲା ନିଷ୍ପତି

ବିରୋଧୀ ଦଳଙ୍କ ବିରୋଧ ଭାରିପଡିଲା ସେସୁ ଉପରେ । ହେବ ନାହିଁ ବିଦ୍ୟୁତ ବିଛିନ୍ନ । 3ଟି ପର୍ଯ୍ୟାୟରେ ହେବ ବିଦ୍ୟୁତ କାଟ । ପଢନ୍ତୁ ଅଧିକ...

central electricity supply utility
central electricity supply utility

By

Published : Jan 14, 2020, 11:15 PM IST

ଭୁବନେଶ୍ବର: ନରମିଲା ସେସୁ। ଚାପର ବଶବର୍ତ୍ତୀ ହୋଇ ଶେଷରେ କଟକଣା କୋହଳ କରିଛନ୍ତି ସେସୁ କର୍ତ୍ତୃପକ୍ଷ। ଯେଉଁମାନେ ବକେୟା ନଦେବେ ସେମାନଙ୍କ ବିଦ୍ୟୁତ କାଟ କରିବାକୁ ଘୋଷଣା କରିବା ସହିତ ନୋଟିସ ଦେଇଥିଲା ସେସୁ। ହେଲେ ଠିକ ଏତିକି ବେଳେ ବିରୋଧୀ ଘେରିବା ସହିତ ଆନ୍ଦୋଳନ ଧମକ ଦେଲେ। ଛାତ୍ରଛାତ୍ରୀଙ୍କ ପରୀକ୍ଷା ସମୟ ଥିବାରୁ ବିଦ୍ୟୁତ ସଂଯୋଗ କଟାନଯାଉ ବୋଲି ଦାବି କଟିଥିଲେ। ଯାହାକୁ ଆଧାର କରି ସେସୁ କର୍ତ୍ତୃପକ୍ଷ ନିଷ୍ପତ୍ତି ବଦଳାଇଛନ୍ତି।


ନୂଆ ନିଷ୍ପତ୍ତି ଅନୁସାରେ ମୋଟ 3ଟି ପର୍ଯ୍ୟାୟରେ ବିଦ୍ୟୁତ ସଂଯୋଗ ବିଛିନ୍ନ ହେବ। ପ୍ରଥମ ପର୍ଯ୍ୟାୟରେ କେବଳ କମର୍ସିଆଲ ଉପଭୋକ୍ତାଙ୍କୁ ଟାର୍ଗେଟ କରାଯିବ। ସେମାନଙ୍କ ବିଦ୍ୟୁତ ସଂଯୋଗ କଟାଯିବ। ଦ୍ଵିତୀୟ ପର୍ଯ୍ୟାୟରେ ଉଚ୍ଚ ବର୍ଗର ଘରୋଇ ଉପଭୋକ୍ତା ଯେଉଁମାନେ 4 ଚକିଆ, ଏସି ବ୍ୟବହାର କରୁଥିବେ, ଆୟକର ଦେଉଥିବେ ସେମାନଙ୍କୁ ଟାର୍ଗେଟ କରାଯିବ। ତୃତୀୟ ପର୍ଯ୍ୟାୟରେ ବାକି ସମସ୍ତ ଉପଭୋକ୍ତା ଯେଉଁମାନେ କି ଦୀର୍ଘ ବର୍ଷ ଧରି ବିଦ୍ୟୁତ ଦେୟ ଦେଇ ନାହାଁନ୍ତି ସେମାନଙ୍କୁ ଟାର୍ଗେଟ କରାଯିବ। ଏନେଇ ସେସୁ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details