ଓଡିଶା

odisha

ETV Bharat / city

ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଅତିରିକ୍ତ ବଜେଟକୁ ଅନୁମୋଦନ - navin pattnaik

ଆଜି(ଗୁରୁବାର) ରାଜ୍ୟରେ ମନ୍ତ୍ରୀ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ମନ୍ତ୍ରୀ ପରିଷଦ ବୈଠକରେ 20-21 ଆର୍ଥିକ ବର୍ଷ ପାଇଁ ଅତିରିକ୍ତ 11 ହଜାର 200 କୋଟି ଟଙ୍କାର ବଜେଟକୁ ବୈଠକରେ ମଞ୍ଜୁରୀ ମିଳିଛି। ଅଧିକ ପଢ଼ନ୍ତୁ...

ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ  ଅତିରିକ୍ତ ବଜେଟକୁ ଅନୁମୋଦନ
ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଅତିରିକ୍ତ ବଜେଟକୁ ଅନୁମୋଦନ

By

Published : Nov 12, 2020, 6:58 PM IST

ଭୁବନେଶ୍ବର: ଆଜି(ଗୁରୁବାର) ରାଜ୍ୟରେ ମନ୍ତ୍ରୀ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ଏହି ମନ୍ତ୍ରୀ ପରିଷଦ ବୈଠକରେ ଅତିରିକ୍ତ ବଜେଟକୁ ମଞ୍ଜୁରୀ ମିଳିଥିବା ନେଇ ସୂଚନା ମିଳିଛି। 2020-21 ଆର୍ଥିକ ବର୍ଷ ପାଇଁ ଅତିରିକ୍ତ 11 ହଜାର 200 କୋଟି ଟଙ୍କାର ବଜେଟକୁ ବୈଠକରେ ମଞ୍ଜୁରୀ ମିଳିଛି ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କୋରୋନା ମହାମାରୀ ଯୋଗୁଁ ରାଜ୍ୟର ଅର୍ଥନୀତି ଉପରେ ପ୍ରଭାବ ପଡ଼ିଛି। ତେବେ କୋରୋନା ମହାମାରୀ ପରେ ଅର୍ଥନୀତିରେ କିଭଳି ସୁଧାର ଆସିବ ସେନେଇ ଆଲୋଚନା ହୋଇଛି। ଏହାଛଡ଼ା ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ମନ୍ତ୍ରୀ ପରିଷଦ ବୈଠକ ବସିଥିଲା। ନଭେମ୍ବର 20 ତାରିଖରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ। ଏହି ବୈଠକରେ ସମସ୍ତ ବିଭାଗର ମନ୍ତ୍ରୀମାନେ ଉପସ୍ଥିତ ରହିଥିଲେ। ଏହାସହ ଏହି ବୈଠକରେ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଶୀତ ଅଧିବେଶନ ପୂର୍ବରୁ ବିରୋଧୀ ଦଳର ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରତ୍ୟେକ ବିଭାଗ ମନ୍ତ୍ରୀମାନଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details