ଓଡିଶା

odisha

ETV Bharat / city

କୋଟିଆ ରାଜନୀତି: ବିଜେପିକୁ ଦାୟୀ କଲା ବିଜେଡି, ରାଜ୍ୟପାଳଙ୍କୁ ଭେଟିଲେ ସୁରେଶ

କୋଟିଆ ସୀମା ବିବାଦ ପ୍ରସଙ୍ଗରେ ରାଜନୀତିକ ବୟାନବାଜି ଜୋର ଧରିବାରେ ଲାଗିଛି । ଅଧିକ ପଢନ୍ତୁ...

By

Published : Apr 5, 2021, 7:03 PM IST

କୋଟିଆ ରାଜନୀତି: ବିଜେପିକୁ ଦାୟି କଲା ବିଜେଡି, ରାଜ୍ୟପାଳଙ୍କୁ ଭେଟିଲେ ସୁରେଶ
କୋଟିଆ ରାଜନୀତି: ବିଜେପିକୁ ଦାୟି କଲା ବିଜେଡି, ରାଜ୍ୟପାଳଙ୍କୁ ଭେଟିଲେ ସୁରେଶ

ଭୁବନେଶ୍ବର: କୋଟିଆ ସୀମା ବିବାଦ ପ୍ରସଙ୍ଗରେ ରାଜନୈତିକ ବୟାନବାଜି ଜୋର ଧରିବାରେ ଲାଗିଛି । ଏହି ପ୍ରସଙ୍ଗରେ ବିଜେପିକୁ ଦାୟୀ କଲା ଶାସକ ବିଜେଡି । ସୀମା ବିବାଦ ପଛରେ ବିଜେପିର ରାଜନୈତିକ ଏଜେଣ୍ଡା ରହିଥିବା କହିଛନ୍ତି ଶ୍ରମ ମନ୍ତ୍ରୀ ଶୁଶାନ୍ତ ସିଂ । ଏହି ପ୍ରସଙ୍ଗରେ ବିଜେପି ପଡୋଶୀ ରାଜ୍ୟକୁ ଉସକାଉଛି। ଆମେ କିନ୍ତୁ ଇଞ୍ଚେ ବି ସୀମା ଛାଡ଼ିବୁନି ବୋଲି କହିଛନ୍ତି ସୁଶାନ୍ତ ।

କୋଟିଆ ରାଜନୀତି: ବିଜେପିକୁ ଦାୟି କଲା ବିଜେଡି, ରାଜ୍ୟପାଳଙ୍କୁ ଭେଟିଲେ ସୁରେଶ

ଅନ୍ୟପଟେ ସୀମା ବିବାଦ ନେଇ ରାଜ୍ୟପାଳଙ୍କୁ ଭେଟିଛନ୍ତି ବିଜେପି ନେତା ତଥା ବରଗଡ଼ ସାଂସଦ ସୁରେଶ ପୂଜାରୀ । ପଶ୍ଚିମବଙ୍ଗ, ଛତିଶଗଡ଼, ଆନ୍ଧ୍ରପ୍ରଦେଶର ଓଡିଶା ସୀମାରେ ସବୁଠି ବିବାଦ ଲାଗିରହିଛି । ବରଗଡ଼ ସଂସଦୀୟ କ୍ଷେତ୍ରର ପଦ୍ମପୁର ଓ ଝାରବନ୍ଧ ଅଞ୍ଚଳର କିଛି ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅଭିମାନରେ ଛତିଶଗଡ଼ ସହ ମିଶିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ତେଣୁ ରାଜ୍ୟପାଳ ଘଟଣାରେ ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦିଅନ୍ତୁ ବୋଲି ନିବେଦନ କରିଛନ୍ତି ସୁରେଶ ।

ସୀମାନ୍ତବର୍ତ୍ତୀ ଗାଁ ଗୁଡିକୁ ନ୍ୟୁନତମ ସୁବିଧା ଯୋଗାଇ ଦିଅନ୍ତୁ । ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ, ପିଇବା ପାଣି, ଗମନାଗମନ କ୍ଷେତ୍ରରେ ନବୀନ ସରକାର ଏତେ ବର୍ଷ ଶାସନରେ ରହିବା ପରେ ମଧ୍ୟ ଏ ଅଞ୍ଚଳ ପଛୁଆ ବୋଲି କହିଛନ୍ତି ସୁରେଶ । ଏହାସହ ସୁଶାନ୍ତ ସିଂଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ସୁଶାନ୍ତ ସିଂ କଣ କୁହନ୍ତି ନିଜେ ବୁଝନ୍ତି ନାହିଁ । ମୁଁ ତାଙ୍କୁ ମୋ ସହ ଚାଲିବା ପାଇଁ ଆହ୍ମାନ କରୁଛି ବୋଲି କହିଛନ୍ତି ସୁରେଶ । ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଆହ୍ମାନ କରୁଛି ନିଜେ ଯାଆନ୍ତୁ କିମ୍ବା ସର୍ବଦଳୀୟ ଟିମ କରି ସେଠାକୁ ଯାଇ ସ୍ଥିତି ଅନୁଧ୍ୟାନ କରନ୍ତୁ । ସରକାର ନିଜ ମୁହଁ ଦର୍ପଣରେ ଦେଖିବା ଦରକାର ବୋଲି ମଧ୍ୟ କହିଛନ୍ତି ସୁରେଶ ।

ସେପଟେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ମଧ୍ୟ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । ସୁର କହିଛନ୍ତି, ସୁଶାନ୍ତ ସିଂ ଓ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଦବା ଉଚିତ । ସେମାନେ ନିର୍ବାଚନ ଥରେ କରିବା ପରେ ପୁଣି ଥରେ ନିର୍ବାଚନ କରିବା ପାଇଁ ବାହାରିଲେଣି । ନବୀନ ପଟ୍ଟନାୟକ ତୁରନ୍ତ ହସ୍ତକ୍ଷେପ କରନ୍ତୁ । ରାଜ୍ୟରେ ଶାଶନ ବିଜେଡି କରୁଛି ନା ବିଜେପି ଶାସନ କରୁଛି ବୋଲି ପ୍ରଶ୍ନ କରିଛନ୍ତି ସୁର ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details