ଓଡିଶା

odisha

ETV Bharat / city

'ଫନି' ପ୍ରଭାବିତଙ୍କ ପାଇଁ ସହଯୋଗର ହାତ ବଢାଇଲା ବ୍ୟାଙ୍କର୍ସ କମିଟି

155ତମ ବ୍ୟାଙ୍କର୍ସ କମିଟି ପକ୍ଷରୁ ଆୟୋଜିତ ବୈଠକରେ ଫନି ପ୍ରଭାବିତ ଅଞ୍ଚଳକୁ ଆର୍ଥିକ ଅନୁଷ୍ଠାନ ଓ ଲୋକଙ୍କ ପୁନଃନିର୍ମାଣ ଉପରେ ଗୁରୁତ୍ୱାରୋପ ହୋଇଛି ।

By

Published : Jul 11, 2019, 5:32 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର


ଭୁବନେଶ୍ବର: 155ତମ ବ୍ୟାଙ୍କର୍ସ କମିଟି ବୈଠକ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଏକ ପଞ୍ଚତାରକା ହୋଟେଲରେ ଆୟୋଜିତ ଏହି ବୈଠକରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ଫନି ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଆର୍ଥିକ ଅନୁଷ୍ଠାନ ଓ ଲୋକଙ୍କ ପୁନଃନିର୍ମାଣ ଉପରେ ଗୁରୁତ୍ୱାରୋପ ହୋଇଥିଲା ।

ବିଗତ 'ଫନି' ବାତ୍ୟାରେ ଓଡ଼ିଶାର ଅନେକ କ୍ଷୟକ୍ଷତି ହୋଇଛି । ଫଳରେ ଓଡ଼ିଶାର ଆର୍ଥିକ ମାନଦଣ୍ଡ ଅନେକାଂଶରେ ପ୍ରଭାବିତ ହୋଇଛି । ତେଣୁ ପ୍ରଭାବିତ ଅଞ୍ଚଳରେ କ୍ଷତିଗ୍ରସ୍ତ ଲୋକ ଏବଂ ଅନୁଷ୍ଠାନକୁ କିପରି ପୁନଃସ୍ଥାପନ କରାଯିବ, ସେ ଉପରେ ଆଲୋକପାତ କରାଯାଇଥିଲା । ଏଥିସହିତ ବିଭିନ୍ନ ଅନୁଷ୍ଠାନର ଆର୍ଥିକ ମାନଦଣ୍ଡକୁ ଉନ୍ନତ କରି ରାଜ୍ୟର ବିକାଶରେ କିପରି ସାମିଲ କରାଯିବ, ସେ ନେଇ ବିଭିନ୍ନ ବ୍ୟାଙ୍କକୁ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ପରାମର୍ଶ ଦିଆଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ମୁଖ୍ୟତଃ କୃଷି କ୍ଷେତ୍ର, ଏମଏସଏମଇ, ଗୋ ପାଳନ, ମତ୍ସ୍ୟଚାଷ, ଶିକ୍ଷା ଏବଂ ସାମାଜିକ ବ୍ୟବସ୍ଥା ନିର୍ମାଣ ଓ ପୁନର୍ଗଠନ କ୍ଷେତ୍ରରେ କ୍ଷତିଗ୍ରସ୍ତ ଆର୍ଥିକ ସଂସ୍ଥା ଓ ବ୍ୟକ୍ତିଙ୍କୁ ସେମାନଙ୍କ ଋଣ ପରିଶୋଧ କିମ୍ବା ପୁନଃସ୍ଥାପନା ନେଇ ଦୀର୍ଘ ସାହାଯ୍ୟ ପାଇଁ ବ୍ୟାଙ୍କମାନେ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ ନାବାର୍ଡ ଓ ରିଜର୍ଭ ବ୍ୟାଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଯୋଜନାର ସଫଳ କାର୍ଯ୍ୟକାରୀ ପାଇଁ ବ୍ୟାଙ୍କମାନେ ସହଯୋଗ କରିବେ ।

ତେବେ ଆଜିର ଏହି ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଏକେ ମିନା, ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ ନିର୍ଦ୍ଦେଶକ ଏମକେ ମଲ, ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନସଚିବ ସୌରଭ ଗର୍ଗ, ନାବାର୍ଡର ମହାପ୍ରବନ୍ଧକ ଏ ଚନ୍ଦ୍ର ଶେଖର, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମହାପ୍ରବନ୍ଧକ ପ୍ରବୀଣା କାଲା ଓ ସମସ୍ତ ବ୍ୟାଙ୍କର ଅଧିକାରୀ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details