ଭୁବନେଶ୍ବର: ସର୍ବଦଳୀୟ ବୈଠକ ବିଫଳ । ଶାସକ ବିରୋଧୀ ନିଜ ନିଜ ଜିଦରେ ଅଟଳ । ଧାନ କିଣା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିବୃତି ରଖିବାକୁ ବିରୋଧୀଙ୍କ ଦାବି ।
ବଜେଟ ଅଧିବେଶନର ପଞ୍ଚମ ଦିନରେ ଗୃହକାର୍ଯ୍ୟ ଅଚଳାବସ୍ଥା ଜାରି ରହିଛି । ଆଜି ଗୃହ ସ୍ବାଭାବିକ କରିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ସର୍ବଦଳୀୟ ବୈଠକରେ କୌଣସି ନିଷ୍କର୍ସ ବାହାରିନାହିଁ । ସର୍ବଦଳୀୟ ବୈଠକ ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ ସବୁ ଦଳ ନିଜ ନିଜ ଦାବି ରଖୁଛନ୍ତି । କ୍ଷମା ପ୍ରସଙ୍ଗ ବି ଉଠୁଛି । ସବୁଦିନ ସବୁଦଳ କିଛି କିଛି ପରାମର୍ଶ ଦେଉଛନ୍ତି । ଆସନ୍ତାକାଲି ପୁଣିଥରେ ବୈଠକ ବସି ଆଲୋଚନା ହେବ ।