ଭୁବନେଶ୍ବର: ଆଜି ଦେଶ ପାଳୁଛି ୭୫ ତମ ସ୍ବାଧୀନତା ଦିବସ । ଏ ଅବସରରେ ଭୁବନେଶ୍ବର କଂଗ୍ରେସ ଭବନରେ ସ୍ବାଧୀନତା ଦିବସ ପାଳନ କରାଯାଇଛି । ଏହି ପବିତ୍ର ଦିବସରେ ପତାକା ଉତ୍ତୋଳନ କରି ବୀର ଜାତିର ଅଦମ୍ୟ ସାହସ, ଶକ୍ତି, ବଳିଦାନର ଚିର ସ୍ମରଣୀୟ ଇତିହାସ ବଖାଣି ଥିଲେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ।
ଭାରତୀୟଙ୍କ ବଳିଦାନ ପାଇଁ ଇଂରେଜ ଶାସନର ଅନ୍ତ ଘଟିବା ଏବଂ କଂଗ୍ରେସ ଓ ପ୍ରତ୍ୟକ ଭାରତୀୟଙ୍କ ଲଢେଇର କଥା ମନେ ପକେଇଥିଲେ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଓଡ଼ିଶାର ବୀର ପାଇକମାନେ ଯେଉଁଭଳି ବ୍ରିଟିଶ ଶାସନ ବିରୋଧରେ ଲଢେଇ କରି ନିଜର ସାହସର ପରାକାଷ୍ଠା ଦେଖାଇଥିଲେ, ତାର କିଞ୍ଚିତ ଉଦାହରଣ ରଖିଥିଲେ ସେ ।