ଓଡିଶା

odisha

ETV Bharat / city

ରାଜ୍ୟ ନିଯୁକ୍ତି ଗ୍ୟାରେଣ୍ଟି ପରିଷଦର ଷଷ୍ଠ ବୈଠକ ଅନୁଷ୍ଠିତ - pratap jena

ରାଜ୍ୟ ନିଯୁକ୍ତି ଗ୍ୟାରେଣ୍ଟି ପରିଷଦର ଷଷ୍ଠ ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ । ଅଧିକ ପଢନ୍ତୁ...

ରାଜ୍ୟ ନିଯୁକ୍ତି ଗ୍ୟାରେଣ୍ଟି ପରିଷଦର ଷଷ୍ଠ ବୈଠକ ଅନୁଷ୍ଠିତ
ରାଜ୍ୟ ନିଯୁକ୍ତି ଗ୍ୟାରେଣ୍ଟି ପରିଷଦର ଷଷ୍ଠ ବୈଠକ ଅନୁଷ୍ଠିତ

By

Published : Mar 25, 2021, 11:00 PM IST

ଭୁବନେଶ୍ବର: ରାଜ୍ୟ ନିଯୁକ୍ତି ଗ୍ୟାରେଣ୍ଟି ପରିଷଦର ଷଷ୍ଠ ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି ।ବୈଠକରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଗୃହ ଏବଂ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଅଧ୍ୟକ୍ଷତା କରିଥିଲେ । MGNREGS ରେ ରୋଜଗାରର ସୁଯୋଗ ସୃଷ୍ଟି କରି ଗ୍ରାମୀଣ ପରିବାରର ଆୟର ବୃଦ୍ଧି ହୋଇଛି ।କାର୍ଯ୍ୟ ଚାହିଦା ବୃଦ୍ଧି ହେତୁ ଶ୍ରମଦିବସ କ୍ରମାଗତ ଭାବରେ ବୃଦ୍ଧି ପାଇଛି । ପରିବାର ପ୍ରତି ରୋଜଗାରର ହାରାହାରି ଦିନ 2020-21 ରେ 54.6 ରୁ ଅଧିକ ରହିଛି । 2019-20 ରେ 47.9 ଏବଂ 2018-19 ରେ 38.6 ପ୍ରତିଶତ ଥିଲା ।20 ଟି ଦାଦନ ପ୍ରବଣ ବ୍ଲକରେ ଦାଦନ ଦୂର କରିବା ପାଇଁ ରାଜ୍ୟ ସରକାର ରାଜ୍ୟ ମଜୁରିରୁ ଦୈନିକ ସର୍ବନିମ୍ନ ମଜୁରି ହାର 308 ଟଙ୍କା ଲେଖାଏଁ ପ୍ରଦାନ ହୋଇଥିବା ବୈଠକରେ ଆଲୋଚନା ହୋଇଛି ।

MGNREGS ଅଧୀନରେ 207 ଟଙ୍କାର ଯୋଗ୍ୟ ବେତନ ଉପରେ ଏବଂ 20 ଦାଦନ ପ୍ରବଣ ବ୍ଲକରେ ଅତିରିକ୍ତ 200 ଦିନ କାର୍ଯ୍ୟର ଅନୁମୋଦନ କରାଯାଇଛି । 3.35 ଲକ୍ଷ ପରିବାରର 2.10 କୋଟି ଶ୍ରମିକଙ୍କର ରୋଜଗାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି । ଏହା ବ୍ୟତୀତ ଆର୍ଥିକ ବର୍ଷ 2020-21 ରେ 70,224 ପରିବାର 100 ଦିନ, 31,667 ପରିବାର 150 ଦିନ, 9368 ପରିବାର 200 ଦିନ ଏବଂ 59 ପରିବାର 300 ଦିନ ସମ୍ପୂର୍ଣ କରିଛନ୍ତି ।

ସୁନ୍ଦରଗଡ, ଅନୁଗୁଳ, ଝାରସୁଗୁଡା, ମୟୂରଭଞ୍ଜ, କେନ୍ଦୁଝର ଏବଂ ଯାଜପୁର ଜିଲ୍ଲାର ଖଣିଜ ପାଣ୍ଠି (ଡିଏମଏଫ) ଜିଲ୍ଲାରେ ଅଣକୁଶଳୀ ଶ୍ରମିକଙ୍କ ନିମନ୍ତେ ଉଦ୍ଦିଷ୍ଟ ସର୍ବନିମ୍ନ ମଜୁରି ହାରରେ ମଜୁରି ପ୍ରଦାନର ବ୍ୟବସ୍ଥା କରାଯାଇଛି ଆର୍ଥିକ ବର୍ଷ 2021-22ରେ ଗ୍ରାମୀଣ ଜୀବିକା ସୁନିଶ୍ଚିତ କରିବା ଏବଂ ଗ୍ରାମାଞ୍ଚଳର ଅବସାଦ ଦୂର କରିବା ପାଇଁ NRM କାର୍ଯ୍ୟ ଏବଂ ଜୀବିକା ସୁରକ୍ଷା ସହିତ ବ୍ୟକ୍ତିଗତ ସହାୟତା, ଏବଂ ଲାଇନ ବିଭାଗ ସହିତ ପ୍ରଭାବଶାଳୀ ସମ୍ମିଶ୍ରଣ ଉପରେ ଆଲୋଚନା ହୋଇଛି । କୃଷି ଉତ୍ପାଦନ କମିଶନର, ଜଙ୍ଗଲ ଓ ପରିବେଶ ସଚିବ, ଅର୍ଥ ସଚିବ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ସଚିବ ଓ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀ ସମେତ ପରିଷଦର ୬ ଜଣ ବେସରକାରୀ ସଦସ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ , ଇଟିଭି ଭାରତ

ABOUT THE AUTHOR

...view details