ଓଡିଶା

odisha

ETV Bharat / city

ରିଲିଫ ପାଇଁ ରାଜଧାନୀରେ ଉତ୍ତେଜନା

ରିଲିଫ୍‌ ନ ମିଳିବାରୁ ଉତ୍ତେଜନା । ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହେବା ପରେ ବି ରିଲିଫ୍‌ ମିଳି ନାହିଁ । ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

By

Published : May 7, 2019, 6:54 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର



ଭୁବନେଶ୍ବର: ରିଲିଫ୍‌ ନ ମିଳିବାରୁ ଉତ୍ତେଜନା । ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହେବା ପରେ ବି ରିଲିଫ୍‌ ମିଳି ନାହିଁ । ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଦୀର୍ଘ ସମୟ ପରେ ରିଲିଫ ନପାଇ ଘରକୁ ଫେରିଛନ୍ତି ହିତାଧିକାରୀ । ନୟାପଲ୍ଲୀ ସାଲିଆସାହି ବସ୍ତିର ୨୬ ନମ୍ବର ୱାର୍ଡରେ ଏପରି ପରିସ୍ଥିତି ଉପୁଜିଥିଲା । ଗତକାଲିଠାରୁ ଲୋକମାନେ ଧାଡି ବାନ୍ଧି ଥିବା ବେଳେ ଆଜି ଦିନ ୩ ଟା ପରେ ବି ରିଲିଫ୍ ମିଳିନଥିଲା । ଯାହା ଦ୍ଵାରା ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।ତେବେ ପୋଲିସ ଉପସ୍ଥିତିରେ ରିଲିଫ୍‌ ବଣ୍ଟନ ହେବାକୁ ଥିବାବେଳେ ଏଠାରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇନଥିଲା । ଫଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।



ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details