ଓଡିଶା

odisha

ETV Bharat / city

ରଥଯାତ୍ରାରେ କୋରୋନା ଭୟ, ଭକ୍ତଙ୍କୁ ବଣ୍ଟାଯିବ 10 ଲକ୍ଷ ମାସ୍କ

ରଥଯାତ୍ରା ସମୟରେ 10 ଲକ୍ଷ ଲୋକଙ୍କୁ ବଣ୍ଟା ଯିବ ମାସ୍କ । ଲକ୍ଷଣ ଥିଲେ ଘରେ ବସି ଟିଭିରେ ରଥଯାତ୍ରା ଦେଖିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ରଥଯାତ୍ରାରେ କୋରୋନା ଭୟ, ଭକ୍ତଙ୍କୁ ବଣ୍ଟା ଯିବ 10 ଲକ୍ଷ ମାସ୍କ
ରଥଯାତ୍ରାରେ କୋରୋନା ଭୟ, ଭକ୍ତଙ୍କୁ ବଣ୍ଟା ଯିବ 10 ଲକ୍ଷ ମାସ୍କ

By

Published : Jun 28, 2022, 4:52 PM IST

ଭୁବନେଶ୍ବର:ଦିନ କେଇଟା ପରେ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା । ରାଜ୍ୟରେ କୋରୋନା ସଂକ୍ରମଣ ମଧ୍ୟରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏନେଇ ବ୍ୟାପକ ପ୍ରସ୍ତୁତ କରାଯାଇଛି । ରଥଯାତ୍ରା ସମୟରେ ଯେପରି ସମସ୍ତେ ମାସ୍କ ପିନ୍ଧିବେ, ସେଥିପାଇଁ ୧୦ ଲକ୍ଷ ଲୋକଙ୍କୁ ମାସ୍କ ଯୋଗାଇ ଦିଆଯିବ । ପୁରୀରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ୫୦ ହଜାରକୁ ବୃଦ୍ଧି କରାଯିବ । ରଥଯାତ୍ରା ପରିଚାଳନା ଏବଂ ସେହି ସମୟରେ ସଂକ୍ରମଣ ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗର ବୈଠକ ବସିଥିଲା । ଏଥିରେ ଭକ୍ତଙ୍କୁ ବିଭାଗ ପକ୍ଷରୁ ମାସ୍କ ବଣ୍ଟାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ରଥଯାତ୍ରା ପାଇଁ ପୁରୀରେ 50 ହଜାର ରାପିଡ୍ ଆଣ୍ଟିଜେନ ଟେଷ୍ଟିଂ କରାଯିବ । ଏହାସହ ଟୀକାକରଣକୁ ଅଧିକ ତ୍ବରାନ୍ବିତ କରାଯିବ । ଯେଉଁମାନଙ୍କର ଲକ୍ଷଣ ରହୁଛି ସେମାନେ ଘରେ ବିସି ଟିଭିରେ ରଥଯାତ୍ରା ଦେଖିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଯେଉଁମାନେ ଦର୍ଶନ କରିବା ପାଇଁ ଆସୁଛନ୍ତି, ଦର୍ଶନ ପରେ ଭିଡ ନ ଜମାଇ ଅନ୍ୟ ଶ୍ରଦ୍ଧାଳୁଙ୍କୁ ଜାଗା ଛାଡିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଅପିଲ କରିଛନ୍ତି ।

ପୁରୀରେ 69ଟି ଫାଷ୍ଟଏଡ୍ ସେଣ୍ଟର ଖୋଲାଯାଇଛି । 58ଟି ଆମ୍ବୁଲାନ୍ସ ସର୍ଭିସ, 114 ଟି ଷ୍ଟେଚର ସର୍ଭିସ, 145 ଜଣ ଡାକ୍ତର, 7 ଫୁଡ଼ ସେପ୍ଟେି ଅଫିସର, 40 ଫାର୍ମାସିଷ୍ଟ , 30 ନର୍ସିଂ ଅଫିସର, 45ହେଲ୍‌ଥ ଅଫିସର, ପୁରୀ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ 287 ବେଡ୍, ପ୍ରବଳ ଗୁଳୁଗୁଳି ପାଇଁ ପୁରୀରେ 26ଟି ଏସି ବେଡ୍‌ର ବ୍ୟବସ୍ଥା ହୋଇଛି । ପୁରୀ ହସ୍ପିଟାଲରେ 200 ୟୁନିଟ ଲେଖାଏଁ ବିଭିନ୍ନ ଗ୍ରୁପର ବ୍ଲଡବ୍ୟାଙ୍କ ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ABOUT THE AUTHOR

...view details