ଓଡିଶା

odisha

ETV Bharat / city

'ରାଜ୍ୟ ସରକାର ଟିଏମସି ଓ କମିଟି ଗଠନ କରନ୍ତୁ' - ବିଜେପି ରାଜ୍ୟ ସଭାପତି

ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ସରକାର ଅସ୍ଥାୟୀ ମେଡିକାଲ ସେଣ୍ଟର(ଟିଏମସି) ଓ କମିଟି ଗଠନ କରନ୍ତୁ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି । ଅଧିକ ପଢନ୍ତୁ...

'ରାଜ୍ୟ ସରକାର ଟିଏମସି ଓ କମିଟି ଗଠନ କରନ୍ତୁ'
'ରାଜ୍ୟ ସରକାର ଟିଏମସି ଓ କମିଟି ଗଠନ କରନ୍ତୁ'

By

Published : May 16, 2021, 1:40 PM IST

ଭୁବନେଶ୍ବର: ରାଜ୍ୟରେ ଲକଡ଼ାଉନ ଲାଗୁ ହେବା ସତ୍ତ୍ବେ ସଂକ୍ରମଣରେ ଲାଗୁନି ବ୍ରେକ । ତଥାପି 10 ହଜାରରୁ ଅଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆବଶ୍ୟକ ଅନୁଯାୟୀ ଟେଷ୍ଟିଂ ହେଉନାହିଁ ତଥାପି ସଂକ୍ରମଣ ସଂଖ୍ୟା ଅଧିକ ରହୁଛି । ଏଣୁ ଅସ୍ଥାୟୀ ମେଡିକାଲ ସେଣ୍ଟର(ଟିଏମସି)କୁ ପୁଣି କାର୍ଯ୍ୟକାରୀ କରିବା ସହିତ ପଞ୍ଚାୟତ ସ୍ତରରେ କମିଟି ଗଠନ କରିବାକୁ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ।

'ରାଜ୍ୟ ସରକାର ଟିଏମସି ଓ କମିଟି ଗଠନ କରନ୍ତୁ'

ରାଜ୍ୟରେ ଏତେ ସଂଖ୍ୟାରେ କୋରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ମଧ୍ୟ ସରକାର ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଗତବର୍ଷ ଭଳି ଅସ୍ଥାୟୀ ମେଡିକାଲ ସେଣ୍ଟର କ'ଣ ପାଇଁ ରାଜ୍ୟରେ କାର୍ଯ୍ୟକାରୀ କରୁନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଟିଏମସି ଗୁଡିକ ଖୁବଶୀଘ୍ର ପୁଣି କାର୍ଯ୍ୟକାରୀ ହେବା ଆବଶ୍ୟକ । ଅନ୍ୟପଟେ ଲୋକମାନେ କୋରୋନା ଟେଷ୍ଟ କରିବା ପରେ ରିପୋର୍ଟ ପାଇଁ ଲାଇନ ଲଗାଉଛନ୍ତି । ତେବେ ସେମାନଙ୍କୁ ଟେକନୋଲୋଜି ବ୍ୟବହାର କରି ମୋବାଇଲ ମାଧ୍ୟମରେ ରିପୋର୍ଟ ପଠାଇବା ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ମଧ୍ୟ ସମୀର କହିଛନ୍ତି ।

ଗ୍ରାମାଞ୍ଚଳରେ ଟୀକାକରଣ କରିବା ପାଇଁ ଆବଶ୍ୟକୀୟ ଅର୍ଥ ପ୍ରଧାନମନ୍ତ୍ରୀ ଦେଇଛନ୍ତି । ହେଲେ ତାହା କେଉଁଠି ବିନିଯୋଗ ହୋଇଛି । କୋରୋନାକୁ ରୋକିବା ପାଇଁ ସାହି ମୁରବି, ପଞ୍ଚାୟତ ସ୍ତରରେ ଲୋକଙ୍କୁ ନେଇ ୱାର୍ଡ, ବ୍ଲକରେ କମିଟି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଏହି କମିଟି ଗଠନ କରିବା ଦିଗରେ ସରକାର ଧ୍ୟାନ ଦେଇନାହାନ୍ତି । ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି । ଏଣୁ ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details