ଓଡିଶା

odisha

ETV Bharat / city

ଭୁବନେଶ୍ବରରେ ଭିଜିଟ ନେପାଳ କ୍ୟାମ୍ପେନ 2020 ଟିମ୍ - bbsr

ଭୁବନେଶ୍ୱରରେ ପହଞ୍ଚିଲା ଭିଜିଟ ନେପାଳ କ୍ୟାମ୍ପେନ 2020 ଟିମ । ସାରା ଦେଶରେ ନେପାଳ ପର୍ଯ୍ୟଟନସ୍ଥଳୀ ଗୁଡିକ ବିଷୟରେ ଅବଗତ କରାଇବା ପାଇଁ ଏହି କ୍ୟାମ୍ପନ୍ ଆରମ୍ଭ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Jul 6, 2019, 3:10 PM IST

ଭୁବନେଶ୍ବର: ଗତ 2015ରେ ହୋଇଥିବା ଭୂମିକମ୍ପ ପରେ ନେପାଳ ପର୍ଯ୍ୟଟନ ବିଭାଗର ଆରମ୍ଭ ହୋଇଛି "ଭିଜିଟ ନେପାଳ କ୍ୟାମ୍ପେନ 2020 " । ନେପାଳରେ ପ୍ରତିଦିନ ପର୍ଯ୍ୟଟନଙ୍କୁ ଦେଖିବାକୁ ମିଳିଥାଏ । ହେଲେ ଏଠାରେ ହୋଇଥିବା ଭୂମିକମ୍ପ ପରେ ଆଉ ଏତେ ପର୍ଯ୍ୟଟକଙ୍କୁ ଆଉ ଦେଖିବାକୁ ମିଳୁ ନାହିଁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏବେ ନେପାଳ ସରକାରଙ୍କ ପର୍ଯ୍ୟଟନ ବିଭାଗର ଏକ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି। ଯାହାର ନାଁ ଦେଇଛନ୍ତି ଭିଜିଟ ନେପାଳ 2020 । ସାରା ଭାରତ ବର୍ଷ ସମସ୍ତ ରାଜ୍ୟ ତଥା ବିଦେଶରେ ବି ଏହି ଭିଜିଟ ନେପାଳ କ୍ୟାମ୍ପେନ 2020ର ତଥ୍ୟ ଲୋକଙ୍କ ପାଖରେ ପହଞ୍ଚାଇବାର ଯୋଜନା ରହିଛି। ଗତକାଲି ଭୁବନେଶ୍ୱରରେ ଏହି କ୍ୟାମ୍ପେନ୍ ଦଳ ପହଞ୍ଚିଛନ୍ତି । ଏହାଛଡା ନେପାଳରେ ଏମିତି ଅନେକ ପର୍ଯ୍ୟଟନସ୍ଥଳୀ ରହିଛି ଯାହା ଲୋକ ଲୋଚନକୁ ଆସିପାରୁନାହିଁ । ସେଭଳି ପର୍ଯ୍ୟଟନସ୍ଥଳୀ ଗୁଡିକୁ ଆଗାମୀ ଭିଜିଟ ନେପାଳ କ୍ୟାମ୍ପେନ 2020ରେ ଅନ୍ତର୍ଭୁକ୍ତ କରାଯିବ ବୋଲି କୁହାଯାଇଛି।

ଭୁବନେଶ୍ୱରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details