ଓଡିଶା

odisha

ETV Bharat / city

ଭାଲୁ ଭାଇନାଙ୍କୁ କୋରୋନା, ହସ୍ପିଟାଲରେ ଭର୍ତ୍ତି

କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ କୋରୋନା । ଅଧିକ ପଢନ୍ତୁ...

ଭାଲୁ ଭାଇନାଙ୍କୁ କୋରନା; ହସ୍ପିଟାଲରେ ଭର୍ତ୍ତି
ଭାଲୁ ଭାଇନାଙ୍କୁ କୋରନା; ହସ୍ପିଟାଲରେ ଭର୍ତ୍ତି

By

Published : Jun 6, 2021, 11:58 AM IST

ଭୁବନେଶ୍ବର: କଂଗ୍ରେସର ବରିଷ୍ଠ ନେତା ତଥା ଜୟପୁର ବିଧାୟକଙ୍କୁ କୋରୋନା । ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି(ଭାଲୁ ଭାଇନା) କୋଭିଡ଼ ସଂକ୍ରମିତ ହୋଇଛନ୍ତି । କୋଭିଡ଼ ଲକ୍ଷଣ ଦେଖା ଦେବାରୁ ସେ କୋରୋନା ଟେଷ୍ଟ କରିଥିଲେ । ଏହାପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା ।

ଭାଲୁ ଭାଇନାଙ୍କୁ କୋରନା; ହସ୍ପିଟାଲରେ ଭର୍ତ୍ତି

ଏନେଇ ସେ ଟ୍ୱିଟ କରି ସୂଚନା ଦେବା ସହ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ କୋରୋନା ପରୀକ୍ଷା କରାଇ ନେବାକୁ ଅନୁରୋଧ କରିଛନ୍ତି । ତେବେ ଘରେ ଏକାନ୍ତବାସରେ ଥିବା ସମୟରେ ତାରାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଛି । ତେଣୁ ତାଙ୍କୁ ସମ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details