ଓଡିଶା

odisha

ETV Bharat / city

୨୦୨୩ ସୁଦ୍ଧା କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା - ତାଳଚେର ସାର କାରଖାନା

ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ହେବା ପରେ ବାର୍ଷିକ ଉତ୍ପାଦନ ହେବ ୧.୨୭ ମିଲିୟନ ଟନ ସାର । ଏହାସହ ୨୨୦୦ ଟନ ଆମୋନିଆ ଓ ୩୮୫୦ ମେଟ୍ରିକ ଟନ ୟୁରିଆ ଉତ୍ପାଦନ ହେବ ବୋଲି ସୋମବାର ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର କୋଇଲା ସାର ସଚିବ ଛବିଳେନ୍ଦ୍ର ରାଉଳ।

talcher-fertilizers-road-map
talcher-fertilizers-road-map

By

Published : Jan 20, 2020, 9:27 PM IST

Updated : Jan 20, 2020, 9:48 PM IST

ଭୁବନେଶ୍ବର: ତାଳଚେର ସାର କାରଖାନା ପ୍ରକଳ୍ପ ଆଗକୁ ବଢିବ। କୋଇଲା ବାଷ୍ପଚାଳିତ ସାର କାରଖାନା ୨୦୨୩ ମସିହା ସେପ୍ଟେମ୍ବର ସୁଦ୍ଧା ପରୀକ୍ଷା ମୂଳକ ଭାବେ କାର୍ଯ୍ୟକ୍ଷମ ହେବ। ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଚୀନର ୱାହାନ କମ୍ପାନୀକୁ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଦାୟିତ୍ବ ଦିଆଯାଇଛି । ୮୦୦୦ କୋଟି ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲା ପରେ ଏଠାରୁ ବାର୍ଷିକ ୧.୨୭ ମିଲିୟନ ଟନ ନିମ ଆସ୍ତରଣ ୟୁରିଆ ଉତ୍ପାଦନ ହେବ। ଏହା ଦେଶରେ ପ୍ରଥମ ଗ୍ୟାସିଫିକେସନ ଭିତ୍ତିକ ପ୍ରକଳ୍ପ। କୋଇଲା ଓ ପେଟ କୋକର ମିଶ୍ରଣ ହେବ ଏହାର କଞ୍ଚା ମାଲ। ଦୈନିକ ୨୨୦୦ ଟନ ଆମୋନିଆ ଓ ୩୮୫୦ ମେଟ୍ରିକ ଟନ ୟୁରିଆ ଉତ୍ପାଦନ ହେବ ବୋଲି ସୋମବାର ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର କୋଇଲା ସାର ସଚିବ ଛବିଳେନ୍ଦ୍ର ରାଉଳ। ଏହି ସାର କାରଖାନା କାର୍ଯ୍ୟକ୍ଷମ ହେଲା ପରେ ଦେଶର ୟୁରିଆ ଆବଶ୍ୟକତାକୁ ସମ୍ପୂର୍ଣ ପୂରଣ କରିପାରିବ।

୨୦୨୩ ସୁଦ୍ଧା ହେବ କାର୍ଯ୍ୟକ୍ଷମ, ଦୈନିକ ଉତ୍ପାଦନ ହେବ ୧.୨୭ ମିଲିୟନ ଟନ ସାର

ଦୀର୍ଘଦିନ ପରେ ତାଳଚେର ସାର କାରଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। ଦୈନିକ ୨୨୦୦ ଟନ ଆମୋନିଆ, ୩୮୫୦ ୟୁରିଆ ଏବଂ ୧୦୦ ମେଟ୍ରିକ ଟନ ବିକ୍ରିଯୋଗ୍ୟ ଅତିରିକ୍ତ ସଲଫର ମଧ୍ୟ ଉତ୍ପାଦନ ହେବ। ତାଳଚେରରେ ଗଛିତ ପ୍ରଚୁର ପରିମାଣର ପ୍ରାକୃତିକ ସମ୍ପଦ କୋଇଲାକୁ ପରିବେଶ ବୈକଳ୍ପିକ ଉପଯୋଗ କରାଯିବ ଯାହାଦ୍ବାରା ୨.୩୮ ମିଲିୟନ କ୍ୟୁବିକ ମିଟର ପ୍ରାକୃତିକ ଗ୍ୟାସ ମଧ୍ୟ ଉତ୍ପାଦନ କରାଯିବ । ଯାହା ଫଳରେ ଏଲପିଜି ବ୍ୟବହାର ଖର୍ଚ୍ଚକୁ କମ କରାଯାଇପାରିବ। ୨୦୧୮ରେ ଏହି ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ ମିଳିସାରିଥିବା ବେଳେ ୨୦୧୯ରେ ଏହାକୁ ପ୍ରକଳ୍ପ ନିର୍ମାଣ ପାଇଁ ମଜୁରୀ ମିଳି ସାରିଛି।

ଏନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ କରୁଛନ୍ତି। ଏହି ସାର କାରଖାନା କାର୍ଯ୍ୟକ୍ଷମ ହେଲେ ପାଖାପାଖି ୪୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ବର୍ତ୍ତମାନ ଦେଶରେ ପ୍ରାୟ ୪୦,୦୦୦ କୋଟି ଟଙ୍କା ବ୍ୟୟରେ ଏହି ଭଳି ୫ ଟି ସ୍ଥାନରେ ସାର କାରଖାନା ନିର୍ମାଣ କରାଯାଉଛି । ତନ୍ମଧ୍ୟରୁ ତାଳଚେର ସାର କାରଖାନା ଅନ୍ୟତମ। ଏହି ପ୍ରକଳ୍ପରୁ ୬୨ ଲକ୍ଷ ମେଟ୍ରିକ ଟନ ୟୁରିଆ ଉତ୍ପାଦନ ଲକ୍ଷ ରଖାଯାଇଛି।

ଦେଶରେ ବର୍ତ୍ତମାନ ୨୪୦ ଲକ୍ଷ ମେଟ୍ରିକ ଟନ ୟୁରିଆ ଉତ୍ପାଦିତ ହେଉଥିବା ବେଳେ ୩୨୦ ଲକ୍ଷ ମେଟ୍ରିକ ଟନ ୟୁରିଆ ଆବଶ୍ୟକତା ରହିଛି। ପୂର୍ବରୁ ଫର୍ଟିଳାଇଜର କର୍ପୋରେସନ ଅଫ ଇଣ୍ଡିଆ ଦ୍ବାରା ପରିଚାଳିତ ତାଳଚେରର ପୁରାତନ ସାର କାରଖାନାର ପୁନରୁଦ୍ଧାର ଲାଗି ଭାରତ ସରକାରଙ୍କ ପକ୍ଷରୁ ଟିଏଫଏଲ ଭଳି ଏକ ଯୌଥ ଉଦ୍ୟୋଗ ଗଠିତ ହୋଇଛି। ଏହାର ଅଂଶୀଦାର ଅଛନ୍ତି ଗେଲ, କୋଲ ଇଣ୍ଡିଆ ଭଳି ସଂସ୍ଥା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୭ ମସିହାରେ ଓଡିଶା ଗସ୍ତ ଅବସରରେ ଏହି ସାରା କାରଖାନା ପ୍ରକଳ୍ପକୁ ୨୦୨୩ ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଘୋଷଣା କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Jan 20, 2020, 9:48 PM IST

ABOUT THE AUTHOR

...view details