ଓଡିଶା

odisha

ETV Bharat / city

ମହାଲିଙ୍ଗ ସ୍କୁଲ ଦାୟିତ୍ବ ନିଅନ୍ତୁ ଜିଲ୍ଲାପାଳ: ଅଭିଭାବକ ମହାସଂଘ - ଅଧକ୍ଷ ଅଭିଭାବକ ମହାସଂଘ

କଳାହାଣ୍ଡିର ବହୁଚର୍ଚ୍ଚିତ ସନସାଇନ ସ୍କୁଲର କାର୍ଯ୍ୟକାରୀ ଅଧକ୍ଷ୍ୟା ମମିତା ମେହେର ହତ୍ୟା ମାମଲା ବର୍ତ୍ତମାନ ରାଜ୍ୟରେ ହଇଚଇ ସୃଷ୍ଟି କରିଛି l ଘଟଣା ପରଠାରୁ ଉକ୍ତ ଶିକ୍ଷାନୁଷ୍ଠାନ ଚର୍ଚ୍ଚାରେ ଅଛି । ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଅଭିଭାବକ ସଂଘ । ଅଧିକ ପଢନ୍ତୁ...

Parents Federation
Parents Federation

By

Published : Oct 26, 2021, 9:09 PM IST

ଭୁବନେଶ୍ବର: ବିନା ସିବିଏସଇ ସ୍ବୀକୃତି ଏବଂ ଏନଓସି ରେ ବେଆଇନ ଭାବେ ପରିଚାଳନା ହେଉଥିବା ସନସାଇନ ସ୍କୁଲର ଦାୟିତ୍ବ ଜିଲ୍ଲାପାଳ ନିଅନ୍ତୁ । ଅନ୍ୟ ବେଆଇନ ସ୍କୁଲ ଗୁଡିକୁ ସରକାର ତୁରନ୍ତ ବନ୍ଦ କରନ୍ତୁ ଓ ଅଷ୍ଟମ ଶ୍ରେଣୀ ଛାତ୍ରୀ ରାଜେଶ୍ବରୀ ନାୟକ ହତ୍ୟାର ସ୍ବତନ୍ତ୍ର ତଦନ୍ତ କରନ୍ତୁ ବୋଲି ଓଡିଶା ଅଭିଭାବକ ମହାସଂଘ ଆଜି (ମଙ୍ଗଳବାର) ଦାବି କରିଛି।

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ମହାଲିଙ୍ଗ ସ୍କୁଲର ପରିଚାଳନା ଜିଲ୍ଲାପାଳ ନିଅନ୍ତୁ: ଅଭିଭାବକ ମହାସଂଘ

କଳାହାଣ୍ଡିର ବହୁଚର୍ଚ୍ଚିତ ସନସାଇନ ସ୍କୁଲର କାର୍ଯ୍ୟକାରୀ ଅଧକ୍ଷ୍ୟା ମମିତା ମେହେର ହତ୍ୟା ମାମଲା ବର୍ତ୍ତମାନ ରାଜ୍ୟରେ ହଇଚଇ ସୃଷ୍ଟି କରିଛି l ଘଟଣା ପରଠାରୁ ଉକ୍ତ ଶିକ୍ଷାନୁଷ୍ଠାନ ଚର୍ଚ୍ଚାରେ ଅଛି । ଯାହାକୁ ନେଇ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଅଭିଭାବକ ସଂଘ । ସଂଘ ଅଭିଯୋଗ କରିଛି, ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ ସନ ସାଇନ ପବ୍ଲିକ ସ୍କୁଲଟି ସିବିଏସଇର ବିନା ସ୍ବୀକୃତି, ସରକାରଙ୍କ ବିନା ଏନଓସିରେ ବେଆଇନ ଭାବେ ଚାଲୁଥିଲା l ଓଡିଶା ଅଭିଭାବକ ମହାସଂଘ ଦୀର୍ଘ ବର୍ଷ ହେଲା ଯେଉଁ ଅଭିଯୋଗ କରିଆସୁଛନ୍ତି ରାଜ୍ୟରେ ବିନା ସ୍ବୀକୃତିରେ ହଜାର ହଜାର ବେଆଇନ ସ୍କୁଲ ଚାଲୁଛି । ତାହା ଆଜି ସତ୍ୟ ହୋଇଛି । ସରକାର ସମସ୍ତ ବେଆଇନ ସ୍କୁଲକୁ କାର୍ଯ୍ୟାନୁଷ୍ଠାନ ନେଇ ବନ୍ଦ କରନ୍ତୁ l ସରକାର କେବଳ ଚିଠି ଲେଖି ଚୁପ ବସିଥିବା ସଂଘ ଅଭିଯୋଗ କରିଛି ।

ଯାହାର ସୁଯୋଗ ନେଇ ରାଜ୍ୟରେ ଶହ ଶହ ଗୋବିନ୍ଦ ସାହୁ ଏଭଳି ବେଆଇନ ସ୍କୁଲ ଚଳାଉଛନ୍ତି । ହଜାର ହଜାର ଶିକ୍ଷୟତ୍ରୀ ଓ ଛାତ୍ରୀ ମାନଙ୍କୁ ଶୋଷଣ କରୁଛନ୍ତି l ସେମାନେ ରାଜ୍ୟରେ ହଜାର ହଜାର ଛାତ୍ର ଛାତ୍ରୀ, ଅଭିଭାବକ ମାନଙ୍କୁ ମଧ୍ୟ ଅଯଥାରେ ଶୋଷଣ ସହ ହଇରାଣ ହରକତ କରୁଛନ୍ତି l କଳାହାଣ୍ଡିର ସନସାଇନ ସ୍କୁଲ ଭାତ ହାଣ୍ଡିରୁ ଭାତ ଚିପିଲା ଭଳି ଗୋଟିଏ l ଏଥିରୁ ସରକାର ଶିକ୍ଷା ଲାଭ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ l ଛାତ୍ର ଛାତ୍ରୀଙ୍କ ସ୍ବାର୍ଥ ପାଇଁ ସନସାଇନ ସ୍କୁଲର ପରିଚାଳନା ଦାୟିତ୍ବ ବର୍ତ୍ତମାନ ଜିଲ୍ଲାପାଳ ନିଅନ୍ତୁ ବୋଲି ଅଭିଭାବକ ସଂଘ ଦାବି କରିଛି ।

ସେହିପରି 2000 ମସିହାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ରାଜେଶ୍ବରୀ ନାୟକକୁ ଟ୍ରାକଟର ଚଢାଇ ହତ୍ୟା ମାମଲାର ମଧ୍ୟ ସ୍ବତନ୍ତ୍ର ତଦନ୍ତ କରାଯାଉ ବୋଲି ମହାସଂଘ ଦାବି କରିଛି । ସାମ୍ବାଦିକ ସମ୍ମିଳନୀରେ ଅଧକ୍ଷ୍ୟ ବାସୁଦେବ ଭଟ୍ଟ, ସହ ଅଧକ୍ଷ ଭୁମୋହନ ପଟ୍ଟନାୟକ, ପ୍ରସନ୍ନ ବିଶୋୟୀ, କାର୍ତ୍ତିକ ସାହୁ, ସ୍ବପ୍ନେନ୍ଦୁ ସାମନ୍ତରାୟ, ସତ୍ୟଜିତ ଦାଶ ଓ ସୂର୍ଯ୍ୟନାରାୟଣ ଜେନା ଉପସ୍ଥିତ ଥିଲେ l

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details