ଓଡିଶା

odisha

ETV Bharat / city

ରେଲୱେ କର୍ମଚାରୀଙ୍କ ଝିଅଙ୍କୁ ଟାବଲେଟ ପ୍ରଦାନ

ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ ଦେବା ସହ ଉଚ୍ଚ ମାଧ୍ୟମିକ ପଢ଼ୁଥିବା ରେଲୱେ କର୍ମଚାରୀଙ୍କ ଝିଅଙ୍କୁ ସହାୟକ ହୋଇଛି ପୂର୍ବତଟ ରେଳପଥ । ରେଲୱେ କର୍ମଚାରୀଙ୍କ ଝିଅଙ୍କୁ ଟାବଲେଟ ପ୍ରଦାନ କରାଯାଇଛି ।

By

Published : Sep 28, 2019, 10:57 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ ଦେବା ସହ ଉଚ୍ଚ ମାଧ୍ୟମିକ ପଢ଼ୁଥିବା ରେଲୱେ କର୍ମଚାରୀଙ୍କ ଝିଅଙ୍କୁ ସହାୟକ ହୋଇଛି ପୂର୍ବତଟ ରେଳପଥ । ରେଲୱେ କର୍ମଚାରୀଙ୍କ ଝିଅଙ୍କ ଶିକ୍ଷା କ୍ଷେତ୍ରରେ ଅଭିନବୀକରଣ ସହିତ ଉତ୍କର୍ଷତା ଆଣିବା ପାଇଁ ପୂର୍ବତଟ ରେଳପଥ କେନ୍ଦ୍ରୀୟ କର୍ମଚାରୀ କଲ୍ୟାଣ ପାଣ୍ଠି ତରଫରୁ ଟାବଲେଟ ପ୍ରଦାନ କରାଯାଇଛି I

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ରେଳପଥର ପ୍ରମୁଖ ଅଧିକାରୀ ପ୍ରକାଶ ଚନ୍ଦ୍ର ନାୟକ ଏବଂ ଅନ୍ୟ ବିଭାଗୀୟ ପ୍ରମୁଖ ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଚ ମାଧ୍ୟମିକ ପଢ଼ୁଥିବା କର୍ମଚାରୀଙ୍କ ଝିଅଙ୍କୁ ଟାବଲେଟ ପ୍ରଦାନ କରାଯାଇଥିଲା I

ସର୍ବମୋଟ ୪୦୮ ଟାବଲେଟ ମଧ୍ୟରୁ ପୂର୍ବତଟ ରେଳପଥ ମୁଖ୍ୟାଳୟ ଏବଂ ମଞ୍ଚେଶ୍ବର ରେଳଡବା ମରାମତି କାରଖାନାରେ କାର୍ଯ୍ୟକରୁଥିବା ରେଳବାଇ କର୍ମଚାରୀଙ୍କ ଝିଅ ମାନଙ୍କୁ ୪୭ଟି ଟାବଲେଟ ପ୍ରଦାନ କରାଯାଇଛି । ସେହିଭଳି ୩୬୧ଟି ଟାବଲେଟକୁ ରେଳପଥର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ୱIଲଟିୟର ଏବଂ ସମ୍ବଲପୁର ରେଳମଣ୍ଡଳରେ କାର୍ଯ୍ୟକରୁଥିବା ରେଲୱେ କର୍ମଚାରୀଙ୍କ ଝିଅଙ୍କୁ ପ୍ରଦାନ କରାଯାଇଛି I

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details