ଭୁବନେଶ୍ବର: ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ବିଏମସି ଉତ୍ତର ଜୋନର ୧୦ ଟି ୱାର୍ଡରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ । ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ୧୬ ଟି ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ଗୋଟିଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ ହୋଇଛି । ଏହା ସହ ଗୋଟିଏ ହୋମିଓ ପାଥିକ୍ ଡାକ୍ତରଖାନା, ୧୩ ଟି ପାର୍କ, ଦୁଇଟି କମ୍ୟୁନିଟି ସେଣ୍ଟରର ଲୋକାର୍ପଣ ଏବଂ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ପ୍ରାଚୀ ବିହାର ଏନକ୍ଲେଭର ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।
ଅମୃତ ଯୋଜନାରେ କେନ୍ଦ୍ର ସରକାର ୫୦ ପ୍ରତିଶତ ଦେଉଥିବା ବେଳେ ରାଜ୍ୟ ସରକାର ମଧ୍ୟ ୫୦ ପ୍ରତିଶତ ଖର୍ଚ୍ଚ ବହନ କରୁଛନ୍ତି । ସ୍ବାୟତ୍ତ ଶାସନ ଦିବସରେ ବିଏମସିର ୬୭ ୱାର୍ଡରେ ୱାର୍ଡ କାର୍ଯ୍ୟାଳୟ, ଉତ୍ତର ଭୁବନେଶ୍ବରର ବିଭିନ୍ନ ୱାର୍ଡର ୧୭ ଟି ସ୍ଥାନରେ ଗୋଷ୍ଠୀ କେନ୍ଦ୍ର, ମୈତ୍ରୀ ବିହାରରେ ପାର୍କ ଉଦଘାଟନ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଉତ୍ତର ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ରହିଥିଲେ ।