ଓଡିଶା

odisha

ETV Bharat / city

ସ୍ୱଚ୍ଛ ଭାରତ ଅଭିଯାନରେ ଭୁବନେଶ୍ୱର ହେବ ଦେଶର ସର୍ବଶ୍ରେଷ୍ଠ ସହର: ମେୟର ସୁଲୋଚନା

ଏଣିକି ଚମକିବ ରାଜଧାନୀ ଭୁବନେଶ୍ବର । ସ୍ବଚ୍ଛ ଭାରତ ଅଭିଯାନ କ୍ରମରେ ଭୁବନେଶ୍ୱର ହେବ ଦେଶର ସର୍ବଶ୍ରେଷ୍ଠ ସହର । ବିଏମସି ପକ୍ଷରୁ ନିଆଯାଇଛି ଅନେକ ପଦକ୍ଷେପ । ଅଧିକ ପଢ଼ନ୍ତୁ

By

Published : Apr 30, 2022, 6:11 PM IST

ସ୍ୱଚ୍ଛ ଭାରତ ଅଭିଯାନରେ ଭୁବନେଶ୍ୱର ହେବ ଦେଶର ସର୍ବଶ୍ରେଷ୍ଠ ସହର : ମେୟର ସୁଲୋଚନା
ସ୍ୱଚ୍ଛ ଭାରତ ଅଭିଯାନରେ ଭୁବନେଶ୍ୱର ହେବ ଦେଶର ସର୍ବଶ୍ରେଷ୍ଠ ସହର : ମେୟର ସୁଲୋଚନା

ଭୁବନେଶ୍ବର : ଏଣିକି ଚିକଚିକ୍ ଦିଶିବ ରାଜଧାନୀ ଭୁବନେଶ୍ବର । ସ୍ୱଚ୍ଛ ଭାରତ ଅଭିଯାନ କ୍ରମରେ ଜାରି ରହିଛି ସ୍ୱଚ୍ଛ ସର୍ବେକ୍ଷଣ-୨୦୨୨ । ସ୍ୱଚ୍ଛତା କ୍ଷେତ୍ରରେ ଭୁବନେଶ୍ୱରକୁ ଦେଶରେ ସର୍ବଶ୍ରେଷ୍ଠ କରିବାକୁ ବିଏମସି ପକ୍ଷରୁ ନିଆଯାଇଛି ଅନେକ ପଦକ୍ଷେପ । ଏଭଳି ମନ୍ତବ୍ୟ ଦେଇଛନ୍ତି ଭୁବନେଶ୍ବରର ନୂତନ ମେୟର ସୁଲୋଚନା ଦାସ । ଏଥିପାଇଁ ସ୍ୱଚ୍ଛ ସର୍ବେକ୍ଷଣରେ ଜନସାଧାରଣଙ୍କ ସହଭାଗିତା ସହିତ ସହଯୋଗର ଆବଶ୍ୟକତା ଜରୁରୀ । ତେଣୁ ଲୋକଙ୍କ ମଧ୍ୟରେ ଏନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଏମସି ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୪ ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସ୍ୱଚ୍ଛତା ଅଭିଯାନର ବ୍ରାଣ୍ଡ ଆମ୍ବାସଡରରେ ନିଯୁକ୍ତ କରାଯାଇଛି ।

ସ୍ୱଚ୍ଛ ଭାରତ ଅଭିଯାନରେ ଭୁବନେଶ୍ୱର ହେବ ଦେଶର ସର୍ବଶ୍ରେଷ୍ଠ ସହର : ମେୟର ସୁଲୋଚନା
ସ୍ୱଚ୍ଛ ଭାରତ ଅଭିଯାନରେ ଭୁବନେଶ୍ୱର ହେବ ଦେଶର ସର୍ବଶ୍ରେଷ୍ଠ ସହର : ମେୟର ସୁଲୋଚନା

ଏହି କ୍ରମରେ ଆଜି ବିଏମସି ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ତାରକା ଦମ୍ପତି ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ ଓ ଦୌଡରାଣୀ ଅଲମ୍ପିଆନ ଅନୁରାଧା ବିଶ୍ୱାଳଙ୍କ ଭଳି ୪ ଜଣ ଆମ୍ବାସଡରଙ୍କୁ ବିଏମସି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଜଣେ ସଫେଇ ମିତ୍ରଙ୍କୁ ସ୍ୱଚ୍ଛ ଉଦ୍ୟମୀ ଯୋଜନାରେ ସେସପୁଲ ଗାଡି ଏବଂ ଅନ୍ୟଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଅଳିଆ ଆବର୍ଜନା ସଂଗ୍ରହ କରିବାକୁ ବ୍ୟାଟେରୀ ଚାଳିତ ଗାଡି ପ୍ରଦାନ କରାଯାଇଛି ।

ସ୍ୱଚ୍ଛ ଭାରତ ଅଭିଯାନରେ ଭୁବନେଶ୍ୱର ହେବ ଦେଶର ସର୍ବଶ୍ରେଷ୍ଠ ସହର : ମେୟର ସୁଲୋଚନା

ଏଥିରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମେୟର ସୁଲୋଚନା ଦାସ ସମ୍ବର୍ଦ୍ଧନା ଦେବା ସହ ଦୁଇ ହିତାଧିକାରୀଙ୍କୁ ଗାଡ଼ି ପ୍ରଦାନ କରିଥିଲେ । ସୁନ୍ଦର, ସ୍ୱଚ୍ଛ ଓ ସୁସ୍ଥ ଭୁବନେଶ୍ୱର ଗଠନରେ ସମସ୍ତଙ୍କ ଦାୟିତ୍ୱ ଥିବା ବେଳେ ସମସ୍ତଙ୍କୁ ସକ୍ରିୟ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details