ଭୁବନେଶ୍ବର: ଶହିଦନଗର ବିଏମସି ଭବାନି ମଲ ସାମ୍ନା ଜୁସ ଦୋକାନ ନିକଟରେ ପଡିରହିଥିଲା ଏକ ଗିଫ୍ଡ ବକ୍ସ । ସୋମବାର ସକାଳ 10ରୁ ରାତି 10 ହୋଇଯାଇଥିଲା କିନ୍ତୁ କେହି ନେଉ ନଥିଲେ କି କେହି ଛୁଇଁ ନଥିଲେ ସେହି ବକ୍ସକୁ । ଦୀର୍ଘ ସମୟ ଧରି ପଡି ରହିବା ପରେ ବଢିଥିଲା ସସପେନ୍ସ । ଅଜଣା ପ୍ୟାକେଟରେ କ'ଣ ଥାଇପାରେ।
ମଲ୍ ପାଖରେ ଅଜଣା ଗିଫ୍ଟ ବକ୍ସ : ବମ ସ୍କ୍ବାର୍ଡର ଛାନଭିନ୍ ଭୟର ଆତଙ୍କ ପରେ ଗୁଜବ ସୃଷ୍ଟି ହୋଇଥିଲା ସନ୍ଦିଗ୍ଧ ଗିଫ୍ଟ ବକ୍ସକୁ ନେଇ । ସନ୍ଧ୍ୟା ବେଳକୁ ଶହୀଦନଗର ଥାନାରେ ଖବର ପହଞ୍ଚିଥିଲା । ଥାନା ଷ୍ଟାଫ ମଧ୍ୟ ଦେଖି ଡରିଯାଇଥିଲେ । ପରେ ରାତି 7ଟା ବେଳକୁ ବମସ୍କ୍ବାର୍ଡକୁ ଖବର ଦିଆଯାଇଥିଲା ।
ଡଗସ୍କ୍ବାଡ ସହ ପହଞ୍ଚିଲେ ବମସ୍କ୍ବାର୍ଡ ଟିମ୍ । ପ୍ରଥମେ ସନ୍ଧାନି କୁକୁର ପରେ ମେଟାଲ ଡିଟେକ୍ଟର ପାଖାପାଖି ଏକ ଘଣ୍ଟା ଧରି ଚାଲିଥିଲା ଅଜଣା ବକ୍ସର ସର୍ଚ୍ଚ ଅପରେସନ । ତେବେ ପ୍ୟାକେଟ ଖୋଲିବା ପରେ ମିଳିଥିଲା ପଥରର ଗଣେଷ ମୁର୍ତ୍ତି । ତେବେ ଓଡିଶାରେ ବାଙ୍ଗଲାଦେଶୀ ଆତଙ୍କବାଦୀ ପ୍ରବେଶ ନେଇ କିଛିଦିନ ତଳେ ମିଳିଥିବା ସୂଚନା ଏପରି ଭୟର ବାତାବରଣ ସୃଷ୍ଟି କରିଥିଲା ।
ତେବେ ସନ୍ଦେହଜନକ ବସ୍ତୁକୁ ଦେଖିବା ମାତ୍ରେ ଲୋକେ ପୋଲିସକୁ ଖବର ଦେବା ଏକ ସଚେତନତାମୁଳକ ବାର୍ତ୍ତା ଦେଇଥିଲା।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ